Advertisment

ଗଞ୍ଜେଇ ବେପାର କରୁଛନ୍ତି ଆଇଆଇସି ଓ ତାଙ୍କ ସହଯୋଗୀ! ଥାନାରେ ନିଆଁ ଲଗାଇଦେଲେ ଲୋକେ

ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଏକ ଗଞ୍ଜେଇ ଭର୍ତ୍ତି ପୁଲିସ ବୋଲେରୋ ଯାଇଥିଲା। ସେମାନେ କୌଣସି ଗଞ୍ଜେଇ ବେପାରୀକୁ ଏହି ଗଞ୍ଜେଇ ବିକ୍ରି କରିବା ପାଇଁ ଯାଇଥିଲେ ବୋଲି ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Police Station

Police Station

Advertisment

ଗଞ୍ଜେଇ ଚାଲାଣରେ ଖୋଦ୍‌ ପୁଲିସର ସଂପୃକ୍ତି ଅଭିଯୋଗ କରି ଆଜି ଉତ୍ତ୍ୟକ୍ତ ଲୋକେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ମହାନ୍ତି ଓ ଦୁଇ ହୋମଗାର୍ଡ- ପ୍ରଶାନ୍ତ ପାତ୍ର ଏବଂ ରବି ଦିଗାଲଙ୍କ ବିରୋଧରେ ଗଞ୍ଜେଇ ଚାଲାଣ ନେଇ ମାମଲା ରୁଜୁ କରିବା ସହିତ ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଲୋକେ।

Advertisment

ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଏକ ଗଞ୍ଜେଇ ଭର୍ତ୍ତି ପୁଲିସ ବୋଲେରୋ ଯାଇଥିଲା। ସେମାନେ କୌଣସି ଗଞ୍ଜେଇ ବେପାରୀକୁ ଏହି ଗଞ୍ଜେଇ ବିକ୍ରି କରିବା ପାଇଁ ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ସେହି ସମୟରେ ସେହି ବୋଲେରୋକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ଵରଞ୍ଜନ କହଁର ଓ ଗ୍ରାମବାସୀ ମାନେ ଅଟକ ରଖିଥିଲେ। ଏପରିକି ଭିଡିଓ ଉତ୍ତୋଳନ କରି କନ୍ଧମାଳ ଏସ୍‌ପିଙ୍କ ପାଖକୁ ପଠାଇଥିଲେ। ସେମାନେ ଫିରିଙ୍ଗିଆ ଥାନା ଆଇଆଇସି ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ଫିରିଙ୍ଗିଆ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇଥିଲେ। ବ୍ଲକ ଛକ ନିକଟରେ ରାସ୍ତାକୁ ଅବରୋଧ କରି ସେମାନେ ଆଇଆଇସି ତପନ କୁମାର ମହାନ୍ତି ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ନାରାବାଜି କରିଥିଲେ।

ଲୋକେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ପରେ ଫୁଲବାଣୀ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ସେଠାରେ ପହଞ୍ଚିଥିଲେ। ସେ ଲୋକଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କଲା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌କୁ ଠେଲାପେଲା କରିଥିଲେ। ପରେ ଏସ୍‌ଡିପିଓଙ୍କ ସମେତ ଅନ୍ୟ ପୁଲିସ୍ କର୍ମଚାରୀଙ୍କୁ ଲୋକେ ଗୋଡ଼ାଇ ଥିଲେ। ଶହ ଶହ ଲୋକ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ସେଠାରୁ ପ୍ରାୟ ୫୦୦ ମିଟର ଦୂର ଫିରିଙ୍ଗିଆ ଥାନା ପର୍ଯ୍ୟନ୍ତ ଆସିଥିଲେ। ଏହି ସମୟରେ ଲୋକେ ଏସ୍‌ଡିପିଓଙ୍କୁ ନିସ୍ତୁକ ମାଡ଼ ପିଟିଥିବା ଜଣାପଡ଼ିଛି। ଏସ୍‌ଡିପିଓଙ୍କ ସହିତ ଅନ୍ୟ କିଛି ପୁଲିସ କର୍ମଚାରୀଙ୍କୁ ମଧ୍ୟ ପିଟିଥିଲେ। ଲୋକଙ୍କ ମାଡ଼ରେ ଏସ୍‌ଡିପିଓଙ୍କ ମୁଣ୍ଡଫାଟି ଫାଟି ଯାଇଛି। ଉତ୍ତ୍ୟକ୍ତ ଲୋକେ ଥାନାରେ ପଶି ଆସବାବପତ୍ର ଭଙ୍ଗାରୁଜା କରିବା ସହିତ କାଗଜପତ୍ରଗୁଡ଼ିକୁ ଚିରି ଫିଙ୍ଗି ଦେଇଥିଲେ। ଏହା ସହିତ ଥାନାରେ ସେମାନେ ନିଆଁ ଲଗାଇ ଦେଇଥିଲେ। ଥାନା ପରିସରରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ କିଛି ଗାଡ଼ିରେ ସେମାନେ ନିଆଁ ଲଗାଇ ଦେଇଥିଲେ। 

Advertisment

ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ କନ୍ଧମାଳ ଏସ୍‌ପି ଫିରିଙ୍ଗିଆ ଥାନା ପରିସରରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଥାନାରେ ଲୋକେ ନିଆଁ ଲଗାଇବା ନେଇ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।  ଲୋକଙ୍କ ଆକ୍ରମଣରେ ଏସ୍‌ଡିପିଓ ଓ କିଛି ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଘଟଣା ପଛରେ କିଛି ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ଅଛି। ସେମାନଙ୍କୁ ଚିହ୍ନଟ କରାଯିବ। କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। 

Ganja Odisha Police Corrupt Police Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe