ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା: ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବି କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କହିଲେ, ''ପିକନିକ୍ ନାଁରେ ସେଠାରେ ନିଶା କାରବାର ଚାଲିଥିବା ଖବର ଥିଲା । ଖବର ପାଇ ପୁଲିସ ସେଠାରେ ପହଞ୍ଚି ଯାଞ୍ଚ କରିଥିଲା। ସୁଶାନ୍ତ ସିଂହ ସେଠାରେ ପହଞ୍ଚି ସମର୍ଥକମାନଙ୍କୁ ଡାକିଥିଲେ। ସମସ୍ତଙ୍କୁ ଡାକିବା ପରେ ଥାନାରେ ଭଙ୍ଗାରୁଜା କରାଯାଇଥିଲା। ସୁଶାନ୍ତ ସିଂ ସ୍ପଟ୍ରେ ଥିଲେ। ତାଙ୍କୁ ଗିରଫ କରାଯାଉ।''