Advertisment

ପୁଲିସ SIଙ୍କ କ୍ୱାର୍ଟର୍ସରେ କଳାକନା ବୁଲାଇଦେଲେ ଚୋର

ରମାକାନ୍ତ ଟ୍ରେନିଂରେ ଥିବାବେଳେ ଏହି ସରକାରୀ କ୍ୱାର୍ଟର୍ସରେ ତାଙ୍କ ପୁଅ ରାକେଶ କୁମାର ପ୍ରଧାନ ଓ ବୋହୂ ରହୁଥିଲେ।

ଅଦ୍ୟତନ ହୋଇଛି
Loot

Loot

Advertisment

ପୁଲିସ୍ ସବ୍ ଇନ୍ସପେକ୍ଟର ରମାକାନ୍ତ ପ୍ରଧାନଙ୍କ ସରକାରୀ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି ଚୋର। ଏପରି ଘଟଣା ଘଟିଛି ରାଜଧାନୀ  ଭୁବନେଶ୍ୱରରେ। ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି।

Advertisment

ରମାକାନ୍ତ ଟ୍ରେନିଂରେ ଥିବାବେଳେ ଏହି ସରକାରୀ କ୍ୱାର୍ଟର୍ସରେ ତାଙ୍କ ପୁଅ ରାକେଶ କୁମାର ପ୍ରଧାନ ଓ ବୋହୂ ରହୁଥିଲେ। ଗତକାଲି ସକାଳେ ପୁଅ  ବୋହୂ ଅଫିସ ଯାଇଥିଲେ। ଏହି ସମୟରେ ଚୋରମାନେ ପୁଲିସ ବାବୁଙ୍କ କ୍ୱାର୍ଟର୍ସରେ ପାଇ କଳାକନା ବୁଲାଇ ଦେଇଥିଲେ। ଅପରାହ୍ଣ ସାଢ଼େ ୫ଟା ସମୟରେ ପୁଅବୋହୂ ଘରକୁ ଫେରି  ଚୋରି ହୋଇଥିବା ଦେଖିବାକୁ ପାଇଥିଲେ।  

ଘର କବାଟର ତାଲା ଭଙ୍ଗାଯିବା ସହ ଲୁହା ଆଲମିରା ତାଡ଼ି ଚୋରମାନେ  ସୁନା ଅଳଙ୍କାର, ଟଙ୍କା, ଦାମିକା ଘଣ୍ଟା ସାଙ୍ଗକୁ ୪ଟି ହାର୍ଡ ଡିସ୍କ ଚୋରି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଖାରବେଳ ନଗର ପୁଲିସ  ଛାନଭିନ୍ ଆରମ୍ଭ କରିଛି। 

Advertisment
Bhubaneswar Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe