Advertisment

ସୌରିନଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍, ଦେଉ ନାହାନ୍ତି ଧରାଛୁଆଁ

ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଖାରଜ ହେବା ପରେ ତାଙ୍କ ଗିରଫଦାରୀ ସସମ୍ୟା ବଢ଼ି ଯାଇଥିଲା। ଏହାପରେ ପୁଲିସ୍ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଆଉ ଧରା ଦେଇ ନ ଥିଲେ ସୌରିନ ଭଟ୍ଟ।

sourin-bhatt

sourin Bhatt

Advertisment

ପୁଲିସ୍‌କୁ ଧରାଛୁଆଁ ଦେଉ ନାହାନ୍ତି ସୌରିନ ଭଟ୍ଟ। ଖୋଜିଖୋଜି ନାକେଦମ ହେବା ପରେ ତାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି କମିଶନରେଟ୍ ପୁଲିସ୍।

Advertisment

ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଖାରଜ ହେବା ପରେ ତାଙ୍କ ଗିରଫଦାରୀ ସସମ୍ୟା ବଢ଼ି ଯାଇଥିଲା। ଏହାପରେ ପୁଲିସ୍ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଆଉ ଧରା ଦେଇ ନ ଥିଲେ ସୌରିନ ଭଟ୍ଟ।

ସୂଚନାଯୋଗ୍ୟ, ଜୁନ୍‌ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ବିବାହିତ ହୋଇଥିବା ସତ୍ତ୍ୱେ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ। ଏହାପରେ ଯୁବତୀଜଣକ ଦୂରେଇ ଯିବାକୁ ଚେଷ୍ଟା କରିବାରୁ ସୌରିନ ତାଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ କରିବା ସହ କ୍ୟାରିୟର ଶେଷ କରିବାର ଧମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ପୀଡ଼ିତାଙ୍କ କହିବାନୁଯାୟୀ, ସୌରିନ ମୋ’ଠାରୁ ଟଙ୍କା ନେଇ ଫେରାଉ ନ ଥିଲେ।

Advertisment

ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଥିଲା ମହିଳା ଥାନା ପୁଲିସ୍‌। ଥାନାରେ ହାଜର ହେବା ପାଇଁ ପୁଲିସ ତାଙ୍କୁ ନୋଟିସ୍ ଦେଇଥିଲା। କିନ୍ତୁ ସୌରିନ ଧରାଛୁଆଁ ଦେଇ ନ ଥିଲେ। ଏମିତିକି ପୁଲିସର ଏକ ଟିମ୍ କୋଲକାତା ସ୍ଥିତ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସୌରିନ ସେଠାରେ ନଥିଲେ। ପରେ ହାଇକୋର୍ଟ ଯାଇ ଅନ୍ତରୀଣ ସୁରକ୍ଷା ଆଣିଥିଲେ ସୌରିନ । ଏହା ସହ ଆଗୁଆ ଜାମିନ ଆବେଦନ କରିଥିଲେ।

ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ସୌରିନଙ୍କ ଉପସ୍ଥିତି ଆବଶ୍ୟକ ଦର୍ଶାଇ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ମାତ୍ର ସେ ଆଉ ଧରା ଛୁଆଁ ଦେଉ ନ ଥିବାରୁ କମିଶନରେଟ୍ ପୁଲିସ୍ ତାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି।

Sourin Bhatt Odisha Highcourt Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe