Advertisment

ବାଇକ୍‌ରେ ଆସିଲେ, SHG ମହିଳାଙ୍କଠାରୁ ଝାମ୍ପିନେଲେ

ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ଗାଁର ମାଆ ବନଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଅନ୍ନପୂର୍ଣ୍ଣା ପୁଟେଲ ଓ ସଂପାଦିକା ରିତା ବାଗ ଆଜି ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ)ରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ।

Loot

Loot

Advertisment

ବାଇକ୍‌ରେ ଆସିଲେ ୩ ଯୁବକ। SHG ମହିଳାଙ୍କଠାରୁ ଝାମ୍ପି ନେଲେ ୫୦ ହଜାର ଟଙ୍କା। ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏପରି ଲୁଟ୍‌ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରୁ।

Advertisment

ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ଗାଁର ମାଆ ବନଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଅନ୍ନପୂର୍ଣ୍ଣା ପୁଟେଲ ଓ ସଂପାଦିକା ରିତା ବାଗ ଆଜି ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ)ରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ତେବେ ଗୋଲେଇଛକ ନିକଟରେ ଥିବା ଏକ କପଡା ଦୋକାନ ସମ୍ମୁଖରୁ ୩ ଜଣ ଯୁବକ ବାଇକ୍‌ରେ ଆସି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଲୁଟ୍‌ ହୋଇଥିବା ସମସ୍ତ ଟଙ୍କା ଏସ୍‌ଏଚ୍‌ଜି ଗ୍ରୁପ୍‌ ହୋଇଥିବା ଜଣାପଡିଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୁଲିସ୍‌। ତେବେ ଲୁଟ୍‌ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

Advertisment

ଏହା ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୪ ତାରିଖରେ ଜଣେ ପିଇଓଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିଲା। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୁଟେରାଙ୍କୁ ଧରିପାରିନି ପୁଲିସ୍‌। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Loot Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe