ଘରେ କେହି ନଥିବା ବେଳେ ୬ ଜଣଙ୍କ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅଧିନସ୍ଥ ଜିନ୍ଦଲ କଲୋନୀରେ। ଲୁଟେରାମାନେ କବାଟ ତାଡ଼ି ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଜିନ୍ଦଲ କଲୋନୀରେ ରହୁଥିବା ୬ଟି ପରିବାର ନିଜ ଗାଁକୁ ଯାଇଥିଲେ। ଏହି ସୁଯୋଗରେ ଲୁଟେରାମାନେ ଜିନ୍ଦଲ କଲୋନୀରେ ରହୁଥିବା ୬ ଜଣଙ୍କ ଘରେ ଗତକାଲି ରାତିରେ କବାଟ ତାଡ଼ି ପଶିଥିଲେ। ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ ଲୁଟେରା।
Also Read
ଆଜି ସକାଳେ ସେହି କଲୋନୀରେ ରହୁଥିବା ଅନ୍ୟ ଲୋକମାନେ କବାଟ ତଡ଼ା ଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଲଣ୍ଡନ ଫେରନ୍ତା ସ୍ୱାମୀଙ୍କୁ କାହିଁକି ପ୍ରେମିକ ସହ ମିଶି ଖଣ୍ଡ ଖଣ୍ଡ କଲା ପତ୍ନୀ?
ସେ ନିଜର ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଗୋଟିଏ ଡ୍ରମ୍ପରେ ସିମେଣ୍ଟ ଦେଇ ଲୁଚାଇ ଦେଇଛି।

Crime
କାହିଁକି ଦୁଷ୍କର୍ମ ଅଭିଯୁକ୍ତକୁ ଗୁଳି କଲା ପୁଲିସ୍?
ସେ ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଖବର ଆସିବା ପରେ ଏପରି ଗିରଫଦାରୀ ହୋଇଥିଲା।

Crime
ରକ୍ତଭିଜା ମୃତଦେହ, କଣ୍ଡମ ଓ ଅପ୍ରତ୍ୟାଶିତ ଅତିଥି: କେମିତି ଟ୍ରିପଲ ମର୍ଡରର ଫର୍ଦ୍ଦାଫାସ କରିଥିଲା ପୁଲିସ?
ଘର ଭିତରେ ପୁଲିସ୍ ଯାଞ୍ଚ କରୁଥିବା ବେଳେ ଖୁସବୁଙ୍କ ବେଡରୁମ ଉପରେ ନଜର ପଡ଼ିଥିଲା। ସେଠାରୁ ପୁଲିସ୍କୁ ଗୋଟିଏ କଣ୍ଡମ ମିଳିଥିଲା।

Crime
ଭୟଙ୍କର: କଲେଜ ଛାତ୍ରୀଙ୍କୁ ୧୬ ମାସ ଧରି ୭ ଜଣ କରୁଥିଲେ ଦୁଷ୍କର୍ମ
୭ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ସହ ଇନଷ୍ଟାଗ୍ରାମରୁ ପରିଚିତ ହୋଇଥିଲା।

National
ସେହି ସତର ମିନିଟ୍, ୨୫ କୋଟିର ଗହଣା ନେଇ ପଳାଇଲେ ୬ ଲୁଟେରା
୬ ଲୁଟେରାଙ୍କ ମଧ୍ୟରୁ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ।