Police station
ଘରେ କେହି ନଥିବା ବେଳେ ୬ ଜଣଙ୍କ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅଧିନସ୍ଥ ଜିନ୍ଦଲ କଲୋନୀରେ। ଲୁଟେରାମାନେ କବାଟ ତାଡ଼ି ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଜିନ୍ଦଲ କଲୋନୀରେ ରହୁଥିବା ୬ଟି ପରିବାର ନିଜ ଗାଁକୁ ଯାଇଥିଲେ। ଏହି ସୁଯୋଗରେ ଲୁଟେରାମାନେ ଜିନ୍ଦଲ କଲୋନୀରେ ରହୁଥିବା ୬ ଜଣଙ୍କ ଘରେ ଗତକାଲି ରାତିରେ କବାଟ ତାଡ଼ି ପଶିଥିଲେ। ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ ଲୁଟେରା।
ଆଜି ସକାଳେ ସେହି କଲୋନୀରେ ରହୁଥିବା ଅନ୍ୟ ଲୋକମାନେ କବାଟ ତଡ଼ା ଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1722495049.jpg)