Advertisment

ରାଜଧାନୀରେ ପୁଣି ଲୁଟ୍‌, ଘରେ ପଶି କଳାକନା ବୁଲାଇଲେ ଲୁଟେରା

ଦୁଇ ଦିନ ତଳେ ପାହାଳ ଥାନା ସାଟେଲାଇଟ ସିଟିର ୪ଟି ଫ୍ଲାଟରେ ଲୁଟେରାମାନେ କଳାକନା ବୁଲାଇଥିବା ବେଳେ ଗତକାଲି ଭୋର ସମୟରେ ସେହି ଅଞ୍ଚଳର ଜୟିପୁରରେ ଶରତ ମହାନ୍ତିଙ୍କ ଘରୁ ହୋଇଛି ଲୁଟ୍‌।

author-image
Biswajit Samal
ଅଦ୍ୟତନ ହୋଇଛି
LOOT

LOOT

ଥମୁନି ରାଜଧାନୀରେ ଆପାର୍ଟମେଣ୍ଟରୁ ଲୁଟ୍‌। ଗୋଟିଏ ପରେ ଗୋଟିଏ ଆପାର୍ଟମେଣ୍ଟ ସହ ଘରକୁ ଟାର୍ଗେଟ କରୁଛନ୍ତି ଲୁଟେରା। ପାତ୍ରପଡ଼ାଠାରୁ ପାହାଳ। ଧଉଳିରୁ ନନ୍ଦନକାନନ। ସବୁଠି ମାତିଛନ୍ତି ଲୁଟେରା। ସତେ ଯେମିତି ଲୁଟେରାଙ୍କ ଚରାଭୂଇଁ ପାଲଟିଛି ପୂରା ରାଜଧାନୀ। ଲାଗୁଛି, କାହାକୁ ସେମାନଙ୍କର ଖାତିର ନାହିଁ।

Advertisment

ଦୁଇ ଦିନ ତଳେ ପାହାଳ ଥାନା ସାଟେଲାଇଟ ସିଟିର ୪ଟି ଫ୍ଲାଟରେ ଲୁଟେରାମାନେ କଳାକନା ବୁଲାଇଥିବା ବେଳେ ଗତକାଲି ଭୋର ସମୟରେ ସେହି ଅଞ୍ଚଳର ଜୟିପୁରରେ ଶରତ ମହାନ୍ତିଙ୍କ ଘରୁ ହୋଇଛି ଲୁଟ୍‌। ଶରତ ମହାନ୍ତିଙ୍କ ଘରେ ପଶି ସମସ୍ତଙ୍କୁ ବାହାରପଟୁ ତାଲା ପକାଇ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଆଲମୀରା ଖୋଲି ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇ ନେଇଛନ୍ତି।

ସେହିଭଳି ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ସ୍ପ୍ରିଙ୍ଗ ଲିଫ ଆପାର୍ଟମେଣ୍ଟର ଏକ ଫ୍ଲାଟରୁ ଗତକାଲି ରାତିରେ ହୋଇଛି ଚୋରି। ଏହି ଆପାର୍ଟମେଣ୍ଟରେ ଉକ୍ତ ଘରେ କେହି ନଥିବା ବେଳେ ରାତି ଅଧରେ ତାଲା ଭାଙ୍ଗି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଲୁଟେରା। ଉଭୟ ସ୍ଥାନରେ ସାଇଣ୍ଟିଫିକ ଟିମ ସହ ସନ୍ଧାନୀକୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପୁଲିସ। ହେଲେ ଲୁଟେରାଙ୍କ ଟେର ପାଇନି।

Advertisment

ରାଜଧାନୀରେ ହାଇସିକ୍ୟୁରିଟି ଜୋନ କୁହାଯାଉଥିବା ଆପାର୍ଟମେଣ୍ଟ ସୁରକ୍ଷା କଲଚରକୁ ଭାଙ୍ଗିରୁଜି ଚୁରମାର କରିଦେଲେଣି ଲୁଟେରା। କିଛି ଦିନ ତଳେ କିଛି ଆପାର୍ଟମେଣ୍ଟ ଲୁଟେରାଙ୍କୁ ଗିରଫ କରି ଲୋକଙ୍କ ମନରୁ ଭୟ ଦୂରେଇବା ପାଇଁ ଚେଷ୍ଟା କରିଥିଲା କମିଶନରେଟ ପୁଲିସ। ହେଲେ ଲୁଟେରା ଗ୍ୟାଙ୍ଗ ଉପରେ ଏହାର ଆଦୌ ପ୍ରଭାବ ପଡ଼ିନାହିଁ ବୋଲି ମନେ ହେଉଛି। ଗତ ୬ ମାସରେ ୧୪ଟି ଆପାର୍ଟମେଣ୍ଟରୁ ପାଖାପାଖି ୩୪ଟି ଫ୍ଲାଟରେ କଳାକନା ବୁଲାଇ ଦେଲେଣି ଲୁଟେରା।

Loot Lootera