Advertisment

ସବୁ ଉଦ୍ୟମ ଫେଲ୍‌; ଭଣ୍ଡୁର କରିଦେଲା ସାଇରନ୍‌

ବାରିପଦା ସହର ଷ୍ଟେସନ୍‌ ରୋଡ୍‌ରେ ରହିଛି ମାନାପୁରମ୍‌ ଫାଇନାନ୍ସ କମ୍ପାନୀର ଅଫିସ୍‌। ବୁଧବାର ସକାଳେ କର୍ମଚାରୀମାନେ ଅଫିସ୍‌ ଶର୍ଟର ଉଠାଉ ଥିଲେ। ଠିକ୍‌ ସେହି ସମୟରେ ୫ ଜଣ ଯୁବକ ହାତରେ ବନ୍ଧୁକ ଧରି ଅଫିସ୍‌ ଭିତରେ ପଶି ଯାଇଥିଲେ। କର୍ମଚାରୀଙ୍କୁ ମାରଧର କରିଥିଲେ।

Baripada

Baripada

Advertisment

ବେଳା ଭଲ ନଥିଲା। ଲୁଟ୍‌ ଉଦ୍ଦେଶ୍ୟରେ ମାନାପୁରମ୍‌ ସୁନା ଋଣ କମ୍ପାନୀ ଅଫିସ୍‌ରେ ପଶିଥିଲେ। ହେଲେ ଅଫିସ୍‌ରେ ଲାଗିଥିବା ସାଇରନ୍‌ ବାଜି ଉଠିଥିଲା। ଆଉ ଲୁଟିବେ କଣ, ଜୀବନ ବିକଳରେ ଦୌଡ଼ି ପଳାଇ ଗଲେ ୫ ଦୁର୍ବୃତ୍ତ। ଏପରି ଘଟଣା ବାରିପଦା ଟାଉନ୍‌ରେ ଦେଖିବାକୁ ମିଳିଛି।

Advertisment

ବାରିପଦା ସହର ଷ୍ଟେସନ୍‌ ରୋଡ୍‌ରେ ରହିଛି ମାନାପୁରମ୍‌ ଫାଇନାନ୍ସ କମ୍ପାନୀର ଅଫିସ୍‌। ବୁଧବାର ସକାଳେ କର୍ମଚାରୀମାନେ ଅଫିସ୍‌ ଶର୍ଟର ଉଠାଉ ଥିଲେ। ଠିକ୍‌ ସେହି ସମୟରେ ୫ ଜଣ ଯୁବକ ହାତରେ ବନ୍ଧୁକ ଧରି ଅଫିସ୍‌ ଭିତରେ ପଶି ଯାଇଥିଲେ। କର୍ମଚାରୀଙ୍କୁ ମାରଧର କରିଥିଲେ। ପରେ ସେମାଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେଇ ଫିଙ୍ଗି ଦେଇଥିଲେ। ତେବେ ଲକର ଖୋଲିବା ସମୟରେ ସାଇରନ୍‌ ବାଜି ଉଠିଥିଲା। ତା’ପରେ ଦୁର୍ବୃତ୍ତମାନେ ଧରାପଡ଼ିଯିବା ଭୟରେ ସେଠାରୁ ଚମ୍ପଟ ମାରିଥିଲେ।

ସଂସ୍ଥାର ଏରିଆ ମ୍ୟାନେଜର ରୋନି କୁଣ୍ଡୁ ଏନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ୍‌ ସିସିଟିଭି ଯାଞ୍ଚ କରୁଛି। ହେଲେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପାଇନି ପୁଲିସ୍‌।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe