ଚା’ରେ ନିଶା ଦେଇ ବସ୍ କର୍ମଚାରୀ ବେହୋସ୍ କଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ପରାଦୀପରେ। ବସ୍ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।
ବସଟି ପାରାଦୀପରୁ କଟକ ଯାଇଥାନ୍ତା। ଆଜି ସକାଳେ ବସରେ ସିଟ୍ ବୁକିଂ କରିବା ପାଇଁ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ସିଟ୍ ବୁକିଂ କରିବା ପରେ ସେମାନେ କିଛି ସମୟ ବସ୍ କର୍ମଚାରୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ପରେ ବସ୍ରେ ଥିବା ୪ ବସ୍ କର୍ମଚାରୀଙ୍କୁ ଚା’ ପିଇବା ପାଇଁ ଦେଇଥିଲେ। ଚା’ ପିଇବାର କିଛି ସମୟ ପରେ ବସ୍ କର୍ମଚାରୀମାନେ ଅଚେତ ହୋଇଯାଇଥିଲେ।
ପରେ ସେଠାରେ ଥିବା ସ୍ଥାନୀୟ ଲୋକେ ବସ୍ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାରାଦୀପର ଅଠରବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ବସ୍ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି ନା ନାହିଁ କିଛି ସ୍ପଷ୍ଟ ହୋଇନି। ପୁଲିସ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଖଣି ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୭ଟି ସ୍ଥାନରେ ଚଢ଼ଉ
ପଦ୍ମନାଭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Crime
ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ; ମାଡ଼ି ବସିଲା ଭିଜିଲାନ୍ସ
ଗତକାଲି ସନ୍ଧ୍ୟାରେ ହୃଷିକେଷ ନଳିନୀଙ୍କୁ ଲାଞ୍ଚ ଟଙ୍କା ଦେବାବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା।
Crime
ବୈକୁଣ୍ଠଧାମ ଆଶ୍ରମରେ ଚାଲୁଥିଲା ଯୌନ ଉତ୍ପୀଡନ!
ଅଭିଯୋଗ ଅନୁସାରେ ଥରେ ଲୀନାଙ୍କୁ ଫୋନ୍ କରୁଥିବା ଆଶ୍ରମର ବାବା କ୍ରିଷ୍ଣ ମାଧବଙ୍କ ସହ ଯୋଗାଯୋଗ କରିଥିଲେ ଜିତେନ। ଏଥିପାଇଁ ସେ ୨,୦୦,୦୦୦ ଟଙ୍କା ମାଗିଲା। ୨,୦୦,୦୦୦ ଟଙ୍କା ଦେଲେ ଲୀନାଙ୍କୁ ଛାଡ଼ିଦେବି ବୋଲି କ୍ରିଷ୍ଣା କହିଥିଲେ।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
Crime
ବୁର୍ଲା ଭୀମସାରରୁ ପୁଣି ନବଜାତ ଶିଶୁ ଚୋରି
ଅଜଣା ମହିଳା ଶିଶୁକୁ ଧରି ଯାଉଥିବା ଦୃଶ୍ୟ ସିସିଟିଭିରେ ହୋଇଛି କଏଦ। ଫୁଟେଜ୍ ଆଧାରରେ ମହିଳାଙ୍କୁ ଖୋଜୁଛି ପୁଲିସ।