Advertisment

ବୁକିଂ ବାହାନାରେ ଆସି ବସ୍ କର୍ମଚାରୀଙ୍କୁ ନିଶା ଦେଲେ ଦୁର୍ବୃତ୍ତ

ଆଜି ସକାଳେ ବସରେ ସିଟ୍‌ ବୁକିଂ କରିବା ପାଇଁ ଦୁଇ ଜଣ ବ୍ୟକ୍ତି ଆସିଥିଲେ।

Bus Employe

Bus Employe

Advertisment

ଚା’ରେ ନିଶା ଦେଇ ବସ୍ କର୍ମଚାରୀ ବେହୋସ୍ କଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ପରାଦୀପରେ। ବସ୍‌ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ବସଟି ପାରାଦୀପରୁ କଟକ ଯାଇଥାନ୍ତା। ଆଜି ସକାଳେ ବସରେ ସିଟ୍‌ ବୁକିଂ କରିବା ପାଇଁ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ସିଟ୍ ବୁକିଂ କରିବା ପରେ ସେମାନେ କିଛି ସମୟ ବସ୍‌ କର୍ମଚାରୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ପରେ ବସ୍‌ରେ ଥିବା ୪ ବସ୍‌ କର୍ମଚାରୀଙ୍କୁ ଚା’ ପିଇବା ପାଇଁ ଦେଇଥିଲେ। ଚା’ ପିଇବାର କିଛି ସମୟ ପରେ ବସ୍‌ କର୍ମଚାରୀମାନେ ଅଚେତ ହୋଇଯାଇଥିଲେ।

ପରେ ସେଠାରେ ଥିବା ସ୍ଥାନୀୟ ଲୋକେ ବସ୍‌ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାରାଦୀପର ଅଠରବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ  କଟକ ସ୍ଥାନାନ୍ତର କରାଯାଇଛି। ତେବେ ବସ୍ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି ନା ନାହିଁ କିଛି ସ୍ପଷ୍ଟ ହୋଇନି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Paradeep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe