Advertisment

୪ଟି ମନ୍ଦିରରୁ ସିରିଜ ଚୋରି; ନେଇଗଲେ ଠାକୁରଙ୍କ ଅଳଙ୍କାର

ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଚୋର।

author-image
Tapaswini Nayak
ଅଦ୍ୟତନ ହୋଇଛି
Temple loot

Temple loot

ରାତି ଅଧରେ ମନ୍ଦିରରେ ପଶି କଳାକନା ବୁଲାଇଦେଲେ ଚୋର। ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଚୋର। ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୮ନମ୍ବର ୱାର୍ଡରେ ଗରଦପୁରର ନୂଆସାହିରେ ଥିବା ୪ଟି ମନ୍ଦିରରୁ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି।

Advertisment

ମଙ୍ଗଳା ମନ୍ଦିର, ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ହନୁମାନ ମନ୍ଦିରରୁ ଵହୁ ଅଳଙ୍କାର ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ମାଆଙ୍କ ରୁପାର ମୁକୁଟ ସହ ହାର ଓ ଅନ୍ୟାନ୍ୟ ଅଳଙ୍କାର, ଶିବ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ସହ ପିତଳ ଵାସନ ଓ ଅନ୍ୟାନ୍ୟ ସାମଗ୍ରୀ, ରାଧାକୃଷ୍ଣ ମନ୍ଦିରର ତାଲା ଭାଙ୍ଗି ରୂପାର ମୁକୁଟ, ରୁପାର ହାର ସହ ଅନ୍ୟାନ୍ୟ ଅଳଙ୍କାର ନେଇଯାଇଛନ୍ତି ଚୋର।

ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ଵାକ୍ସ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି। ଗ୍ରାମବାସୀ ସକାଳେ ମନ୍ଦିରରୁ ଚୋରି ହୋଇଥିବା ଦେଖି ପୁରୁଣା ଵଜାର ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ କରୁଛି।

Advertisment
Bhadrak