Loot
ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ପରିବାର ସହ ଗାଁକୁ ଯାଇଥିଲେ। ଏହା ମଧ୍ୟରେ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ସୁନା, ଅଳଙ୍କାର ସହ ଟଙ୍କା ସବୁ ଲୁଟି ନେଇଗଲେ। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଅପର୍ତ୍ତିବିନ୍ଧା ଅଞ୍ଚଳରେ ଘଟିଛି।
Advertisment
ଭଦ୍ରକ ଜିଲ୍ଲା ଅପର୍ତ୍ତିବିନ୍ଧା ଅଞ୍ଚଳରେ ସୁରେଶ ଚନ୍ଦ୍ର ବାରିକ ନିଜ ପରିବାର ସହ ଭଡାରେ ରହି ଆସୁଛନ୍ତି । ମା’ଙ୍କ ଦେହାନ୍ତ ପରେ ଶୁଦ୍ଧି କ୍ରିୟା ପାଇଁ ପରିବାର ସହ ସେ ଗାଁକୁ ଯାଇଥିଲେ ।
ତେବେ ଘର ମାଲିକ ତାଙ୍କ ଘରର ଝରକା ଖୋଲା ଥିବାବେଳେ କବାଟ ଭଙ୍ଗା ଯାଇଥିବା ଜଣାଇଥିଲେ। ଏହାପରେ ସୁରେଶ ଗାଁରୁ ଫେରି ଆଲମାରିରେ ଥିବା ନଗଦ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ।
Advertisment
ଏଥିସହ ଆଲମାରିରୁ ଜିନିଷ ସବୁ ଛିନଛତ୍ର ହୋଇ ବାହାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ଭଦ୍ରକ ଟାଉନ ଥାନାରେ ଚୋରି ନେଇ ଅଭିଯୋଗ କରିଛନ୍ତି । ପୁଲିସ୍ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାଙ୍କ ସନ୍ଧାନ ପାଇପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
