Advertisment

ଆଜବେଷ୍ଟସ ଭାଙ୍ଗି ପଶିଲେ ଲୁଟେରା, ଲୁଟି ନେଲେ ୧୦ କେଜି ଚାନ୍ଦି ଅଳଙ୍କାର

ଲୁଟି ନେଲେ ୧୦ କେଜିରୁ ଅଧିକ ଚାନ୍ଦି ଅଳଙ୍କାର। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷରୁ ଅଧିକ। ସୁନା ଦୋକାନରୁ ଲୁଟ ପରେ ମୁଣ୍ଡରେ ହାତ ଦେଇଛନ୍ତି ଏହାର ମାଲିକ ।

author-image
Niharika Rout
Loot

Loot

ରାତି ଅଧରେ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରେ ପଶିଲେ ଲୁଟେରା। ବୁଲାଇ ଦେଲେ କଳାକନା। ଲୁଟି ନେଲେ ୧୦ କେଜିରୁ ଅଧିକ ଚାନ୍ଦି ଅଳଙ୍କାର। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷରୁ ଅଧିକ। ସୁନା ଦୋକାନରୁ ଲୁଟ ପରେ ମୁଣ୍ଡରେ ହାତ ଦେଇଛନ୍ତି ଏହାର ମାଲିକ ।

Advertisment

ଏପରି ଏକ ଘଟଣା ରାଜଗାଙ୍ଗପୁର ସହରରେ ଥିବା ଏକ ସୁନା ଦୋକାନରେ ଘଟିଛି। ରାଜଗାଙ୍ଗପୁର ସହରରେ ଥିବା ଭୋଲାରାମ ଜୁଏଲର୍ସରେ ଏପରି ଲୁଟ୍‌ ହୋଇଛି।

ଦୋକାନ ମାଲିକ ଗତ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ମାତ୍ର ଲୁଟ୍‌ ହୋଇଥିବା ନେଇ ଖବର ପାଇ ଆଜି ସକାଳେ ପହଞ୍ଚିଥିଲେ। ପୁଲିସ୍‌ ପହଞ୍ଚି ଛାନଭିନ ଆରମ୍ଭ କରିବାରୁ ଆଜବେଷ୍ଟସ ଭାଙ୍ଗି ଲୁଟେରାମାନେ ୭ ଲକ୍ଷର ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି।

Advertisment

ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାମାନଙ୍କ ପତ୍ତା ମିଳି ପାରି ନାହିଁ।

Loot Sundargarh