Advertisment

ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌

ଫାଣ୍ଡିଠାରୁ ମାତ୍ର ୫୦ରୁ ୬୦ ମିଟର ଦୂରରେ ରହିଛି ଏହି ଏଟିଏମ୍‌।

ATM

ATM

Advertisment

ବାଲେଶ୍ୱରର ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଏଟିଏମ୍‌ ଭାଙ୍ଗି ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି। 

Advertisment

ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ିନି। କେବଳ ଲୋକଙ୍କ କହିବା କଥା କାଲି ଏହି ଏଟିଏମ୍‌ରେ ଟଙ୍କା ଭର୍ତି କରାଯାଇଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ହେଲେ ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କର କୌଣସି ଅଧିକାରୀ ଆସିନଥିବାରୁ ଆଗକୁ ବଢ଼ି ପାରିନି ପୁଲିସ୍‌ର ତଦନ୍ତ।

Advertisment

ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଫାଣ୍ଡି ମାତ୍ର ୫୦ ରୁ ୬୦ ମିଟର। ଫାଣ୍ଡିରେ କର୍ମଚାରୀ ଥିବା ସତ୍ତ୍ୱେ କିପରି ଏଟିଏମ୍‌ରୁ ଟଙ୍କା ଲୁଟ୍ ହେଲା, ତାକୁ ନେଇ ସ୍ଥାନୀୟ ଲୋକ ଉଠାଇଛନ୍ତି ପ୍ରଶ୍ନ।

ATM Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe