Advertisment

ବସ୍‌ କର୍ମଚାରୀଙ୍କୁ ଖୁଆଇଲେ ନିଶା, ୧୫ଶହ ଟଙ୍କା ଆଡଭାନ୍ସ ଦେଇ ଲୁଟିନେଲେ ୯୦ ହଜାର

ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ନିଶା ଦେଇ ଲୁଟ୍। ୧୫ଶହ ଟଙ୍କା ଆଡଭାନ୍ସ ଦେଇ ବିଶ୍ୱାସ ଜନ୍ମାଇଲେ, ସିଗାରେଟ୍ ଓ କୋଲ ଡ୍ରିଙ୍କସ୍ ପିଆଇଲେ, ତା ପରେ ବସରୁ ୯୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

Bus Staff in Medical

Bus Staff in Medical

Advertisment

ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ନିଶା ଦେଇ ଲୁଟ୍। ୧୫ଶହ ଟଙ୍କା ଆଡଭାନ୍ସ ଦେଇ ବିଶ୍ୱାସ ଜନ୍ମାଇଲେ, ସିଗାରେଟ୍ ଓ କୋଲ ଡ୍ରିଙ୍କସ୍ ପିଆଇଲେ, ତା ପରେ ବସରୁ ୯୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା ଭୁବନ କଲେଜ ରୋଡରେ ଥିବା ନୀଳମାଧବ ପେଟ୍ରୋଲ ପମ୍ପ ପାଖରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ଆସିଛି ।

Advertisment

ଅଭିଯୋଗ ଅନୁସାରେ, ଦାସ୍ ଆଣ୍ଡ୍ ଦାସ୍ ନାମକ ବସଟି ଯାଜପୁରରୁ ଭୁବନ ଯାଉଥିଲା। ଏହା ପ୍ରଥମେ ଯାତ୍ରୀମାନଙ୍କୁ ଭୁବନରେ ଓହ୍ଲାଇବା ପରେ, ସେଥିରେ ୪ ରୁ ୫ ଜଣ ଦୁର୍ବୃତ୍ତ ଚଢ଼ିଥିଲେ । ତାଙ୍କର ୩୦ ଜଣ ଲେବର୍ ଯାଜପୁର ଯିବେ କହି ୧୫ଶହ ଟଙ୍କା ଆଡଭାନ୍ସ ଦେଇଥିଲେ । ପରେ ସିଗାରେଟ୍ ପିଆଇ ନିଶା ଦ୍ରବ୍ୟ ମିଶା କୋଲଡ୍ରିଙ୍କସ ପିଆଇ ଥିଲେ। ଫଳରେ କିଛି ସମୟ ମଧ୍ୟରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ଅଚେତ ହୋଇ ପଡ଼ିଥିଲେ।

ଭୁବନର ଜଣେ ବ୍ୟବସାୟୀ ମୋବିଲ କିଣା ବାବଦକୁ ବସ୍ କର୍ମଚାରୀଙ୍କ ହାତରେ ୯୦ ହଜାର ଟଙ୍କା ଯାଜପୁରର ଜଣେ ଡିଲରଙ୍କ ପାଖକୁ ପଠାଇଥିଲେ। ବସ୍‌ର ସମସ୍ତ କର୍ମଚାରୀ ଅଚେତ ହୋଇଯିବା ଦେଖି ଦୁର୍ବୃତ୍ତମାନେ ସେହି ଟଙ୍କାକୁ ନେଇ ଚମ୍ପଟ ମାରିଛନ୍ତି।

Advertisment

ସ୍ଥାନୀୟ ଲୋକେ ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି। ସେପଟେ ଏହି ଘଟଣାକୁ ନେଇ ବସ୍ ମାଲିକ ଭୁବନ ଥାନାରେ ଅଭିଯୋଗ କରିବା ପରେ, ତଦନ୍ତ କରୁଛି ପୁଲିସ୍‌। ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ ।

ଏନେଇ ୯୦ ହଜାର ଟଙ୍କା ଦେଇଥିବା ବିଶ୍ୱମ୍ବର ଦାସ କହିଛନ୍ତି, ଉକ୍ତ ବସ୍‌ରେ ମୋର ମୋବିଲ ଆସିଥିବା ବେଳେ ବସ୍‌ କର୍ମଚାରୀଙ୍କ ହାତରେ ୯୦ ହଜାର ଦେଇଥିଲି। ଏହାପରେ ଖବର ପାଇ ବସ୍‌ ପାଖକୁ ଯିବା ବେଳକୁ ବସ୍‌ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ସମସ୍ତେ ନିଶାସକ୍ତ ଅବସ୍ଥାରେ ବସିଥିଲେ। ଟଙ୍କା ମାଗିବାରୁ ସେମାନେ ଆଉ ଟଙ୍କା ଦେଇ ପାରି ନ ଥିଲେ।

ମାତ୍ର ୯୦ ହଜାର ଟଙ୍କା ଗାଡ଼ିରେ ଥିବା ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା ବସ୍‌ ମାଲିକ କହିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Loot Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe