Advertisment

କ୍ୟାପିଟାଲ୍‌ ମେଡ଼ିକାଲ୍‌ରୁ ୫୦ରୁ ୬୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଚୋରି

ଆଜି ସକାଳେ ଲାବ ଯନ୍ତ୍ରାଂଶ ନଥିବା ଜଣାପଡ଼ିଥିଲା। ଏହା ପରେ ମେଡ଼ିକାଲ୍‌ରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଥିଲା। ସେହି ସମୟରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

author-image
Manoranjan Sial
undefined

Capital Hospital

କ୍ୟାପିଟାଲ୍‌ ମେଡ଼ିକାଲ୍‌ରୁ ୫୦ରୁ ୬୦ ଲକ୍ଷ ଟଙ୍କାର ଲାବ୍‌ ଯନ୍ତ୍ରାଂଶ ଚୋରି ହୋଇଛି। ସଫେଇ କର୍ମଚାରୀଙ୍କ ବେଶରେ ଚୋରମାନେ ମେଡ଼ିକାଲ୍‌ରେ ପଶି ଚୋରି କରିଛନ୍ତି। ଯାହାର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏନେଇ ଅଭିଯୋଗ ପରେ କମିଶନରେଟ୍‌ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Advertisment

ମଙ୍ଗଳବାର ବିଳମ୍ୱିତ ରାତି। ଶୂନ୍‌ଶାନ୍‌ ଥିଲା ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଛିଡ଼ା ହୋଇଥିଲା କ୍ୟାପିଟାଲ୍‌ ହସ୍ପିଟାଲ୍‌। ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରୀଟି ଗାର୍ଡ ପ୍ରବେଶ ପଥରେ ପଡ଼ିଥିବା ଲୁହା ଚେରାୟାରରେ ବସି ମୋବାଇଲ୍‌ରେ ଗପୁଛି। ଠିକ୍‌ ସେହି ସମୟରେ ସଫେଇ କର୍ମଚାରୀଙ୍କ ବେଶରେ ୩ ଜଣ ମେଡ଼ିକାଲ୍‌ରେ ପ୍ରବେଶ କରିଥିଲେ। ସମ୍ପୂର୍ଣ୍ଣ ନିର୍ଭୟରେ ସେମାନେ ମେଡ଼ିକାଲ୍‌ରେ ପଶୁଥିଲେ। ଯେମିତି ପେଶାଦାର ଚୋରଙ୍କ ପରି।

ଜଣେ ପରେ ଜଣେ ଏମିତି ୩ ଜଣ ମେଡ଼ିକାଲ୍‌ର ପ୍ରଥମ ମହଲାରେ ଲ୍ୟାବରେ ପଶିଥିଲେ। ଡେଙ୍ଗୁ, ରକ୍ତ, ସ୍ପୋଟମ୍‌ ପ୍ରମୁଖ ଟେଷ୍ଟ ପାଇଁ ଆସିଥିବା ନୂଆ ଓ ପୁରୁଣା ଲାବ୍‌ ଯନ୍ତ୍ରାଂଶ ଚୋରି କରି ନେଇଥିଲେ। ଚୋରମାନେ ପ୍ରଥମ ଯନ୍ତ୍ରାଂଶକୁ ବଡ଼ବଡ଼ କଳା ପଲିଥିନ୍‌ରେ ଭର୍ତ୍ତି କରିଥିଲେ। ତା’ପରେ ସଫେଇ କର୍ମଚାରୀଙ୍କ ପରି କାନ୍ଧରେ ପକାଇ ପଳାଇ ଯାଇଥିଲେ। ଚୋରି ହୋଇଥିବା ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ୫୦ରୁ ୬୦ ଲକ୍ଷ ଟଙ୍କା ହେବ।

Advertisment

ଆଜି ସକାଳେ ଲାବ ଯନ୍ତ୍ରାଂଶ ନଥିବା ଜଣାପଡ଼ିଥିଲା। ଏହା ପରେ ମେଡ଼ିକାଲ୍‌ରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଥିଲା। ସେହି ସମୟରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ସଫେଇ କାର୍ଯ୍ୟର ଟେଣ୍ଡର ନେଇଥିବା ଠିକା ସଂସ୍ଥାକୁ ମଧ୍ୟ ଚୋରି ସମ୍ପର୍କରେ ଅବଗତ କରିଛନ୍ତି କ୍ୟାପିଟାଲ୍‌ ମେଡ଼ିକାଲ୍‌ କର୍ତ୍ତୃପକ୍ଷ।

ଅନ୍ୟପକ୍ଷରେ ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Bhubaneswar Bhubaneswar News