ଜଗନ୍ନାଥଙ୍କୁ ଛାଡ଼ିଲେନି ଚୋର। ଜଗନ୍ନାଥ ମନ୍ଦିରରୁ ଦୁଇଗୋଟି ଦାନବାକ୍ସ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ।
ଗତକାଲି ବିଳମ୍ୱିତ ରାତିରେ ବୀରମହାରାଜପୁର ମୁଖ୍ୟ ଛକରେ ଥିବାଜଗନ୍ନାଥ ମନ୍ଦିରରେ ଚୋରମାନେ ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ଦୁଇଗୋଟି ଦାନବାକ୍ସ ଚୋରି କରି ନେଇଛନ୍ତି। ଆଜି ସକାଳୁ ପୂଜକ ଆସିଲା ପରେ ମନ୍ଦିର ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଥିବାରୁ ସେ ଜାଣିପାରିଥିଲେ। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବୀରମହାରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି।ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
Also Read
ମନ୍ଦିର ସମ୍ମୁଖ ଭାଗ ପାଚେରି ପଛପଟେ ଦାନବାକ୍ସରୁ ଟଙ୍କା ନେଇ ଚୋରମାନେ ଖାଲି ଦାନ ବାକ୍ସକୁ ଫୋଫାଡ଼ି ଦେଇଯାଇଛନ୍ତି। ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବାବେଳେ ଭକ୍ତମାନଙ୍କ ମନରେ ଗଭୀର ଆଘାତ ଲାଗିଛି। ପୁଲିସ ତୁରନ୍ତ ଘଣାର ତଦନ୍ତ କରି ଚୋରମାନଙ୍କୁ ଗିରଫ କରିବାକୁ ଦାବି କରାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଲି ମାଫିଆଙ୍କ ଗୁଣ୍ଡାରାଜ; ଆଇଆଇସିଙ୍କୁ ପିଟିଲେ, ଗାଡ଼ି ଭାଙ୍ଗିଲେ
ଆଇଆଇସିଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି।
Crime
ସରକାର ଆଡେଇଦେଲେ, ବିଷ୍ଣୁପଦଙ୍କୁ ସହ ଅଭିଯୁକ୍ତ ଦର୍ଶାଇ ଗିରଫ କରିପାରେ ସିବିଆଇ!
ସିବିଆଇର ତଦନ୍ତକାରୀ ଅଫିସର ଗୁରଜିନ୍ଦର ସିଂ ଗତ ୬ଦିନ ଧରି ଭୁବନେଶ୍ୱରରେ ଡେରା ପକାଇଛନ୍ତି । ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର(ଇଷ୍ଟକୋଷ୍ଟ) ଭୂପେନ୍ଦ୍ର କୁମାର ସିଂହଙ୍କୁ ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସକୁ ଡାକି ଜେରା କରାଯାଇଛି ।
Crime
ଭୁବନେଶ୍ୱରରେ ହରିୟାଣା ପୁଲିସ୍, ଘରକୁ ଘର ବୁଲି ଖୋଜୁଛି
ଇନ୍ଫୋସିଟି ଥାନା ପୁଲିସ୍ ସହାୟତାରେ ହରିୟାଣା ପୁଲିସ୍ ପ୍ରଶାନ୍ତି ବିହାରକୁ ଯାଇଥିଲେ। ଘରକୁ ଘର ବୁଲି ଲୋକଙ୍କୁ ପଚାରିଥିଲେ। ଏପରିକି ମୋବାଇଲ ଲୋକେସନ୍ ମିଳିଥିବା ଘରେ ସର୍ଚ୍ଚ କରିଥିଲେ।
Crime
ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର
ପେନସନ କାମ କରାଇ ଦେବାକୁ ଲାଞ୍ଚ ମାଗିଥିଲେ ସେକ୍ସନ ଅଫିସର।
Crime
ସମ୍ପତ୍ତି ପାଇଁ ଗର୍ଲଫ୍ରେଣ୍ଡ ସହ ମିଶି ବାପାଙ୍କୁ ଜୀବନ୍ତ ଜାଳି ଦେଲା
ଯୋଜନା ଅନୁସାରେ ସଂଗୀତା ବେଶ କୌଶଳକ୍ରମେ ରାମୁଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା।