Advertisment

ଜଗନ୍ନାଥ ମନ୍ଦିରରୁ ଦୁଇଟି ଦାନବାକ୍ସ ଭାଙ୍ଗି ଟଙ୍କା଼ ଲୁଟ୍‌

ଗତକାଲି ବିଳମ୍ୱିତ ରାତିରେ ଚୋରମାନେ ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ଦୁଇଗୋଟି ଦାନବାକ୍ସ ଚୋରି କରି ନେଇଛନ୍ତି।

ଅଦ୍ୟତନ ହୋଇଛି
Temple

Temple

Advertisment

ଜଗନ୍ନାଥଙ୍କୁ ଛାଡ଼ିଲେନି ଚୋର। ଜଗନ୍ନାଥ ମନ୍ଦିରରୁ ଦୁଇଗୋଟି ଦାନବାକ୍ସ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ।

Advertisment

ଗତକାଲି ବିଳମ୍ୱିତ ରାତିରେ ବୀରମହାରାଜପୁର ମୁଖ୍ୟ ଛକରେ ଥିବାଜଗନ୍ନାଥ ମନ୍ଦିରରେ ଚୋରମାନେ ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ଦୁଇଗୋଟି ଦାନବାକ୍ସ ଚୋରି କରି ନେଇଛନ୍ତି। ଆଜି ସକାଳୁ ପୂଜକ ଆସିଲା ପରେ ମନ୍ଦିର ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଥିବାରୁ ସେ ଜାଣିପାରିଥିଲେ। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବୀରମହାରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି।ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ମନ୍ଦିର ସମ୍ମୁଖ ଭାଗ ପାଚେରି ପଛପଟେ ଦାନବାକ୍ସରୁ ଟଙ୍କା ନେଇ ଚୋରମାନେ ଖାଲି ଦାନ ବାକ୍ସକୁ ଫୋଫାଡ଼ି ଦେଇଯାଇଛନ୍ତି। ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବାବେଳେ ଭକ୍ତମାନଙ୍କ ମନରେ ଗଭୀର ଆଘାତ ଲାଗିଛି। ପୁଲିସ ତୁରନ୍ତ ଘଣାର ତଦନ୍ତ କରି ଚୋରମାନଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। 

Advertisment
Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe