ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ ମନ୍ଦିରରେ ଗତ କାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଲୁଟେରାମାନେ ମନ୍ଦିର ଦାନ ହୁଣ୍ଡି ଭାଙ୍ଗିବା ସହିତ ଖିଚିଂ ସଂଗ୍ରହାଳୟରେ ତାଲା ଭାଙ୍ଗି ଆଲମୀରା ଭାଙ୍ଗି ଦେଇଛନ୍ତି । ତେବେ କ’ଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନି। ମା’ କିଚକେଶ୍ୱରୀ ମନ୍ଦିରରେ ଚୋରି ହେବାର ଏହା ପ୍ରଥମ ଘଟଣା।
ମନ୍ଦିର ପ୍ରଶାସନ ପକ୍ଷରୁ ରରୁଆଁ ଥାନାରେ ଖବର ଦିଆଯିବା ପରେ ରରୁଆଁ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ମା' କିଚକେଶ୍ୱରୀ ମନ୍ଦିରରେ ତିନି ତିନି ଥର ଚୋରି ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ମାତ୍ର ଗତ ରାତିରେ ସେମାନେ ଚୋରି କରି ପାର୍ ହୋଇଯାଇଛନ୍ତି । ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ବି ଏପର୍ଯ୍ୟନ୍ତ ପୁଲିସ କାହାରିକି ଗିରଫ କରି ପାରି ନାହିଁ । ଯାହା ଫଳରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି ।
ଅନ୍ୟପଟେ ମନ୍ଦିର ପରିସର ରେ ଲାଗିଥିବା CCTV ମଧ୍ୟ ଦୀର୍ଘ ଦିନ ହବ ଅଚଳ ହୋଇ ପଡ଼ିଛି । ଯାହା ଫଳରେ ଚୋରମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ସୁବିଧା ହେଉଛି । ତେଣୁ ଏଥିପ୍ରତି ବି ମନ୍ଦିର ପ୍ରଶାସନ ଦୃଷ୍ଟି ଦେଇ CCTV କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।