Advertisment

ମୁକ୍ତେଶ୍ଵର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌

ହୁଣ୍ଡିରେ ୫୦ ହଜାରରୁ ଅଧିକ ଟଙ୍କା ଥିଲା ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି।

Hundi

Hundi

Advertisment

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୋଠ ସାହି ଗ୍ରାମର ବାବା ମୁକ୍ତେଶ୍ଵର ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ବ୍ରହ୍ମଗିରି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ସନ୍ଧନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି। କେହି ଦୁର୍ବୃତ୍ତ ମୁକ୍ତେଶ୍ଵର ଦେବଙ୍କ ହୁଣ୍ଡିକୁ ଟେକି ନେଇ ଗାଁ ନିକଟ ମଶାଣି ପାଖରେ ଭାଙ୍ଗି ଟଙ୍କା ନେଇ ଫେରାର ହୋଇ ଯାଇଛି। ହୁଣ୍ଡିରେ ୫୦ ହଜାରରୁ ଅଧିକ ଟଙ୍କା ଥିଲା ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି।

Loot Loot From Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe