Advertisment

କାହାକୁ ଛାଡ଼ିଲେନି? ଶେଷରେ ଜିଲ୍ଲାପାଳଙ୍କ ଅଫିସ୍‌ରୁ ଲୁଟି ନେଲେ

ଆଜି ସକାଳେ କର୍ମଚାରୀମାନେ ଅଫିସ୍‌ ଆସିଥିବା ବେଳେ ଗ୍ରୀଲ୍‌ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଏନେଇ ନବରଙ୍ଗପୁର ଟାଉନ୍‌ ଥାନାକୁ ସୂଚନା ଦେଇଥିଲେ। ଟାଉନ୍‌ ଥାନା ପୁଲିସ୍‌ ମାମଲା ରୁଜୁ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Nabarangpur

Nabarangpur

ଚୋରଙ୍କ ଉତ୍ପାତ ବଢ଼ିଛି! କାହାକୁ ଛାଡ଼ିଲେନି। ଶେଷରେ ଜିଲ୍ଲାର ମୁଖୀଆ ଜିଲ୍ଲାପାଳଙ୍କ ଅଫିସ୍‌ରେ କଳାକନା ବୁଲାଇ ଦେଲେ। ପୁଲିସ୍‌ ଓ ସିକ୍ୟୁରୀଟି ଗାର୍ଡ ନିୟୋଜିତ ହୋଇଥିବା ସତ୍ତ୍ୱେ ଦୁର୍ବୃତ୍ତମାନେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସ୍‌ରେ ପଶି ଚୋରି କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ କରିଛି। ଆଉ ପୁଲିସ୍‌କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ।

Advertisment

ରବିବାର ଅଫିସ୍‌ ଛୁଟି ଥିଲା। ତେଣୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସ୍‌ ବନ୍ଦ ରହିଥିଲା। ରାତ୍ର ଯୋଗୁଆଳି ଓ ପୁଲିସ୍‌ କର୍ମଚାରୀମାନେ ଜଗି ରହିଥିଲେ। ଏହା ସତ୍ତ୍ୱେ ଜିଲ୍ଲାପାଳଙ୍କ ଅଫିସ୍‌ରୁ ଚୋରି ହୋଇଛି। ରବିବାର ରାତିରେ ଦୁର୍ବୃତ୍ତମାନେ ଗ୍ରୀଲ୍‌ ଓ ତାଲା ଭାଙ୍ଗି ତଳ ମହଲାରେ ପଶିଥିଲେ। ନିର୍ବାଚନ ଉପ ବିଭାଗ କକ୍ଷ ଓ ଡେପୁଟି କଲେକ୍ଟରଙ୍କ ଅଫିସ୍‌ରୁ ୪ଟି ମନିଟର, ଦୁଇଟି CPU ସହ ଗୋଟିଏ ପ୍ରିଣ୍ଟର ଚୋରି କରି ନେଇଛନ୍ତି।

ଆଜି ସକାଳେ କର୍ମଚାରୀମାନେ ଅଫିସ୍‌ ଆସିଥିବା ବେଳେ ଗ୍ରୀଲ୍‌ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଏନେଇ ନବରଙ୍ଗପୁର ଟାଉନ୍‌ ଥାନାକୁ ସୂଚନା ଦେଇଥିଲେ। ଟାଉନ୍‌ ଥାନା ପୁଲିସ୍‌ ମାମଲା ରୁଜୁ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍‌ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ହେଲେ ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ପାରିନି ପୁଲିସ୍‌।

Advertisment

ପୁଲିସ୍‌ ଉପସ୍ଥିତିରେ ଜିଲ୍ଲାର ମୁଖିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରି ହୋଇଛି। ତାହା ପୁଣି ଜିଲ୍ଲା ସଦର ମହକୁମାରୁ। ତାହାହେଲେ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଲୋକଙ୍କ ଅବସ୍ଥା କେମିତି ଥିବ? ଏହାକୁ ନେଇ ଜିଲ୍ଲାରେ ନାନା ଚର୍ଚ୍ଚା ହେଉଛି।

ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ

Loot Crime Nabarangpur