Advertisment

ଶୋଇଥିଲେ ପିଇଓ, ଘରେ ପଶି ଲୁଟି ନେଲେ ଦୁର୍ବୃତ୍ତ

ପଞ୍ଚାୟତ ନିର୍ବାହୀ ଅଧିକାରୀ ମଇନା ମୁର୍ମୁ ସବୁଦିନ ପରି ସୋମବାର ରାତିରେ ନିଜ ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ବାଡ଼ି ପାର୍ଶ୍ୱ ଝରକା ଭାଙ୍ଗି ଘରେ ପଶିଥିଲେ।

author-image
Manoranjan Sial
Kamakhyanagar

Kamakhyanagar

ଘରେ ଶୋଇଥିଲେ ପିଇଓ ଓ ତାଙ୍କ ପରିବାର ଲୋକେ। ରାତିରେ ଲୁଟି ଚାଲିଗଲେ ଦୁର୍ବୃତ୍ତ। ହେଲେ କେହି ଜାଣିପାରିଲେ ନାହିଁ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରୁ ଆସିଛି ଏପରି ଅଭିଯୋଗ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ପଞ୍ଚାୟତ ନିର୍ବାହୀ ଅଧିକାରୀ ମଇନା ମୁର୍ମୁ ସବୁଦିନ ପରି ସୋମବାର ରାତିରେ ନିଜ ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ବାଡ଼ି ପାର୍ଶ୍ୱ ଝରକା ଭାଙ୍ଗି ଘରେ ପଶିଥିଲେ। ତା’ପରେ ଘର ଭିତରେ କଳାକନା ବୁଲାଇ ଦେଲେ। ଦୁର୍ବୃତ୍ତମାନେ ଆଲ୍‌ମିରା ଭାଙ୍ଗି ପ୍ରାୟ ୨୦ ଗ୍ରାମର ସୁନା, ୨୦୦ ଗ୍ରାମର ରୁପା ଓ ନଗଦ ୩ ହଜାର ଟଙ୍କା ଲୁଟି ନେଇଗଲେ। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।

ଦୁର୍ବୃତ୍ତମାନେ ଘରେ କଳା କନା ବୁଲାଇ ଚାଲିଗଲେ। ହେଲେ ସେହି ଘରର ଅନ୍ୟ କୋଠରୀରେ ଶୋଇଥିବା ମଇନା ମୁର୍ମୁ କିମ୍ୱା ତାଙ୍କ ଭାଇ ସୁରତନ ମୁର୍ମୁ କେହି ଜାଣିପାରିଲେ ନାହିଁ। ଆଜି ସକାଳେ ଜାଣିବା ପରେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଖୋଳତାଡ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ପାଖରେ ପୁଲିସ୍‌ ପହଞ୍ଚି ପାରିନାହିଁ।

Advertisment

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Loot Dhenkanal