Advertisment

ପୁଲିସ ଏଏସଆଇଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଗତ ମଙ୍ଗଳବାର ଠାରୁ ଘରେ କେହି ନଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
House

House

ପୁଲିସ ଏଏସ୍‌ଆଇଙ୍କ ଘରୁ ହୋଇଛି ଚୋରି। ପ୍ରାୟ ୧୭ ଭରି ସୁନା, ଅଧା କେଜି ରୁପା ସହିତ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ରାୟଗଡ଼ା ସହରରେ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ରାୟଗଡ଼ା ସହରର ସାଇପ୍ରିୟା ନଗର ୧୧ ନମ୍ୱର ଲେନ୍‌ରେ ରହିଛି କଳାହାଣ୍ଡି ଜିଲା କେସିଙ୍ଗା ଥାନାରେ କାର୍ଯ୍ୟରତ ଏଏସଆଇ ଅନୁପ ଶତପଥୀଙ୍କ ଘର। ସେଠାରେ ତାଙ୍କ ପରିବାର ଲୋକେ ରହନ୍ତି। ତେବେ ଗତ ମଙ୍ଗଳବାର ଠାରୁ ପରିବାର ଲୋକେ ଘରେ ତାଲା ପକାଇ କେସିଙ୍ଗା ଯାଇଥିଲେ। ଆଉ ଘରେ କେହି ନଥିବାର ସୁଯୋଗ ନେଇ ଗତକାଲି ରାତିରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। ଘରର ଗ୍ରୀଲ ତାଡ଼ି ଭିତରେ ପଶିଥିଲେ ଲୁଟେରା। ଆଲମାରିରେ ଥିବା ତିନିଟି ସୁନା ଚେନ୍‌, ୧୨ଟି ସୁନା ଲକେଟ, ୪ ହଳ ସୁନା କାନ ଫୁଲ, ୪ଟି ମୁଦି ସହିତ ରୁପାର ଲକ୍ଷ୍ମୀ ଓ ଗଣେଶ ଠାକୁରଙ୍କ ମୂର୍ତ୍ତି, ୫୦୦ ଗ୍ରାମର ଅନ୍ୟାନ୍ୟ ରୁପା ସାମଗ୍ରୀ ଏବଂ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା।

ଘରୁ ଚୋରି ହୋଇଥିବା ନେଇ ସମ୍ପର୍କୀୟଙ୍କ ଠାରୁ ଖବର ପାଇ ଆଜି ରାୟଗଡ଼ାରେ ପହଞ୍ଚିଥିଲେ ଏଏସ୍‌ଆଇ ଅନୁପ ଶତପଥୀ। ଚାନ୍ଦିଲି ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Crime