Advertisment

ଭୁବନେଶ୍ୱରରେ ପୁଲିସ ସବ୍‌-ଇନ୍ସପେକ୍ଟରଙ୍କ ଘରୁ ଚୋରି

ଦିନ ବେଳେ ଘରେ କେହି ନଥିବା ବେଳେ ହୋଇଛି ଚୋରି।

Police Quarter

Police Quarter

Advertisment

ରାଜଧାନୀରେ ଚାଞ୍ଚଲ୍ୟ। ପୁଲିସ ସବ୍‌-ଇନ୍ସପେକ୍ଟର ରମାକାନ୍ତ ପ୍ରଧାନଙ୍କ ସରକାରୀ ବାସଭବନରେ କଳାକନା ବୁଲାଇଲେ ଲୁଟେରା। ରମାକାନ୍ତ ଟ୍ରେନିଂରେ ଥିବାବେଳେ ଏହି ସରକାରୀ ଘରେ ଏବେ ରହୁଛନ୍ତି ତାଙ୍କର ଦୁଇ ପୁଅ ଓ ବୋହୂ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ୧୧ଟାବେଳେ ରମାକାନ୍ତଙ୍କ ପୁଅ ଓ ବୋହୂ ଅଫିସ ଚାଲିଯାଇଥିଲେ। ସେମାନେ ସନ୍ଧ୍ୟାରେ ଘରକୁ ଫେରିବା ପରେ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ।

ଘର କବାଟର ତାଲା ଭଙ୍ଗା ଯାଇଥିଲା। ଲୁହା ଆଲମିରାକୁ ଚୋରମାନେ ତାଡ଼ି ଦେଇଥିଲେ। ସେମାନେ ସୁନା ଅଳଙ୍କାର, ଟଙ୍କା, ଦାମୀ ଘଣ୍ଟା ସାଙ୍ଗକୁ ୪ଟି ହାର୍ଡ ଡିସ୍କ ନେଇ ଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଖାରବେଳ ନଗର ଥାନା ପୁଲିସ ତଦନ୍ତ କରୁଛି। 

Advertisment
Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe