/odisha-reporter/media/post_attachments/uploadimage/library/16_9/16_9_0/IMAGE_1697961297.jpg)
Durga Mandap
ରାଜଧାନୀ ଭୁବନେଶ୍ୱରର ବମିଖାଲ ଦୁର୍ଗା ମଣ୍ଡପରୁ ଆଜି ୧୫ ମିନିଟ୍ ମଧ୍ୟରେ ୪ ଜଣ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
Advertisment
ଆଜି ମା’ଙ୍କ ଅଷ୍ଟମୀ ପୂଜା ପାଇଁ ଭୁବନେଶ୍ୱରର ଅନ୍ୟାନ୍ୟ ମଣ୍ଡପ ଭଳି ବମିଖାଲ ମଣ୍ଡପରେ ମଧ୍ୟ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଉ ଭିଡ଼ର ସୁଯୋଗ ନେଇ ମାତିଛନ୍ତି ଲୁଟେରା।
ବମିଖାଲ ମଣ୍ଡପରେ ସକାଳ ୧୦ଟା ୧୫ରୁ ୧୦ଟା ୩୦ ମଧ୍ୟରେ ୪ ଜଣ ମହିଳା ଶ୍ରଦ୍ଧାଳୁଙ୍କ ଠାରୁ ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
Advertisment
ଏକ ମହିଳା ଲୁଟେରା ଗ୍ୟାଙ୍ଗ ଏହି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି। ପୂଜା ମଣ୍ଡପ ନିକଟରେ ବୁଲାବୁଲି କରୁଥିବା କିଛି ମହିଳାଙ୍କ ଉପରେ କିଛି ଶ୍ରଦ୍ଧାଳୁ ସନ୍ଦେହ କରିଛନ୍ତି।
ଘଟଣା ସଂପର୍କରେ ପୁଲିସକୁ ଜଣାଇବା ପରେ ଛାନଭିନ ଆରମ୍ଭ ହୋଇଛି। ପୂଜା ମଣ୍ଡପରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଛି। ମହିଳା ପୁଲିସ୍ଙ୍କ ଅନୁପସ୍ଥିତି ଯୋଗୁ ଏହି ଘଟଣା ଘଟିଥିବା କହିଛନ୍ତି ବମିଖାଲ ପୂଜା କମିଟି ସମ୍ପାଦକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
