Advertisment

ପୂଜା ମଣ୍ଡପରେ ମାତିଲେ ଲୁଟେରା, ୧୫ ମିନିଟ୍‌ରେ ନେଇଗଲେ ୪ଟି ସୁନା ଚେନ୍

ଏହା କୌଣସି ମହିଳା ଲୁଟେରା ଗ୍ୟାଙ୍ଗର କାମ ବୋଲି ସନ୍ଦେହ କରାଯାଉଛି।

Durga Mandap

Durga Mandap

Advertisment

ରାଜଧାନୀ ଭୁବନେଶ୍ୱରର ବମିଖାଲ ଦୁର୍ଗା ମଣ୍ଡପରୁ ଆଜି ୧୫ ମିନିଟ୍ ମଧ୍ୟରେ ୪ ଜଣ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଆଜି ମା’ଙ୍କ ଅଷ୍ଟମୀ ପୂଜା ପାଇଁ ଭୁବନେଶ୍ୱରର ଅନ୍ୟାନ୍ୟ ମଣ୍ଡପ ଭଳି ବମିଖାଲ ମଣ୍ଡପରେ ମଧ୍ୟ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଉ ଭିଡ଼ର ସୁଯୋଗ ନେଇ ମାତିଛନ୍ତି ଲୁଟେରା।

ବମିଖାଲ ମଣ୍ଡପରେ ସକାଳ ୧୦ଟା ୧୫ରୁ ୧୦ଟା ୩୦ ମଧ୍ୟରେ ୪ ଜଣ ମହିଳା ଶ୍ରଦ୍ଧାଳୁଙ୍କ ଠାରୁ ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଏକ ମହିଳା ଲୁଟେରା ଗ୍ୟାଙ୍ଗ ଏହି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି। ପୂଜା ମଣ୍ଡପ ନିକଟରେ ବୁଲାବୁଲି କରୁଥିବା କିଛି ମହିଳାଙ୍କ ଉପରେ କିଛି ଶ୍ରଦ୍ଧାଳୁ ସନ୍ଦେହ କରିଛନ୍ତି।

ଘଟଣା ସଂପର୍କରେ ପୁଲିସକୁ ଜଣାଇବା ପରେ ଛାନଭିନ ଆରମ୍ଭ ହୋଇଛି। ପୂଜା ମଣ୍ଡପରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଛି। ମହିଳା ପୁଲିସ୍‌ଙ୍କ ଅନୁପସ୍ଥିତି ଯୋଗୁ ଏହି ଘଟଣା ଘଟିଥିବା କହିଛନ୍ତି ବମିଖାଲ ପୂଜା କମିଟି ସମ୍ପାଦକ।

Loot Durga Puja Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe