Advertisment

ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା

ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକଙ୍କ ଘରୁ ମାରଣାସ୍ତ୍ର ଦେଖାଇ ନେଇଗଲେ ଟଙ୍କା ଓ ସୁନା।

loot

loot

Advertisment

ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଘରେ କଳାକନା ବୁଲାଇଦେଲେ ଲୁଟେରା। ମାରଣାସ୍ତ୍ର ଦେଖାଇ ନେଇଗଲେ ଟଙ୍କା ଓ ସୁନା। ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହିରେ।

Advertisment

ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କିଛି ଲୁଟେରା ଗ୍ରୀଲ ତାଡ଼ି ଘରେ ପଶିଥିଲେ। ପରେ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘରୁ ନଗଦ ଲକ୍ଷେ ଟଙ୍କା ଓ ସୁନାଅଳଙ୍କାର ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଷ୍ଣୁ ଚରଣ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହ ଲୁଟେରାଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି।

ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକ କହିଛନ୍ତି, ଲୁଟେରାଙ୍କ ଚେହେରା ଆମର ମନେ ରହିଛି। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଲୁଟେରାମାନେ ଧରାପଡ଼ିବେ।

Advertisment
Puri Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe