Advertisment

ମା’ ତାରାତାରିଣୀଙ୍କ ମନ୍ଦିରରେ ପଶିଲେ ଲୁଟେରା, ବୁଲାଇଦେଲେ କଳାକନା

ଗତକାଲି ବିଳମ୍ବିତ ରାତିରେ ମା’ଙ୍କ ମନ୍ଦିରରେ କଳାକନା ବୁଲାଇଦେଲେ ଲୁଟେରା। ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଫେରାର ହୋଇ ଯାଇଛନ୍ତି।

Loot

Loot

Advertisment

ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ମା’ଙ୍କ ମନ୍ଦିରରେ କଳାକନା ବୁଲାଇଦେଲେ ଲୁଟେରା। ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଫେରାର ହୋଇ ଯାଇଛନ୍ତି। ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି, ଗତକାଲି ମଧ୍ୟ ରାତ୍ରରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରିଲ ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ସେମାନେ ମା’ଙ୍କ ରୂପା ମୁକୁଟ, ଛତ୍ରି, ସହ ବାହାର ହୁଣ୍ଡିରୁ ଲୁଟ କରିଥିଲେ। ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଟଙ୍କା ନେଇ ଯାଇଥିବା ଜଣାଯାଇଛି।

ଖବର ପାଇ ଆଜି ସକାଳେ ପୁରୁଷୋତ୍ତମପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମା’ଙ୍କ ମନ୍ଦିରରେ କିପରି ଲୁଟେରାମାନେ
କଳାକନା ବୁଲାଇଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଖବର ପ୍ରଚାରିତ ହେବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Advertisment

ଏନେଇ ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି, ଗତରାତିରେ କିଛି ଦୁର୍ବୃତ୍ତ ମୁଖ୍ୟଦ୍ୱାର ତାଲା ଭାଙ୍ଗି ଗର୍ଭଗୃହର ତାଲା ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ସେମାନେ ରୂପାମୁଖା, ଛତ୍ର ସମେତ ବହୁ ଅଳଙ୍କାର ଚୋରି ହୋଇ ଯାଇଛି। ମନ୍ଦିରରେ ସିସିଟିଭି ବ୍ୟବସ୍ଥା ନାହିଁ। ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ଟ୍ରଷ୍ଟ ଧ୍ୟାନ ଦେଉ ନ ଥିବାରୁ ଏପରି ଏକ ଘଟଣା ଘଟିଲା ବୋଲି ସେ କହିଛନ୍ତି। 

Ganjam Loot Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe