Advertisment

ମନ୍ଦିର ହୁଣ୍ଡି ଭାଙ୍ଗିଲେ, କଳାକନା ବୁଲାଇଦେଲେ ଲୁଟେରା

ମନ୍ଦିରକୁ ବି ଛାଡ଼ୁ ନାହାନ୍ତି ଲୁଟେରା। ହୁଣ୍ଡି ଭାଙ୍ଗି ଲୁଟିବା ସହ ବୁଲାଇ ଦେଉଛନ୍ତି କଳାକନା।

author-image
Niharika Rout
Loot From Temple

Loot From Temple

ମନ୍ଦିରକୁ ବି ଛାଡ଼ୁ ନାହାନ୍ତି ଲୁଟେରା। ହୁଣ୍ଡି ଭାଙ୍ଗି ଲୁଟିବା ସହ ବୁଲାଇ ଦେଉଛନ୍ତି କଳାକନା। ଏପରି ଏକ ଘଟଣା ଗତ ରାତିରେ ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କୋଦଳା ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲରେ ଘଟିଛି। ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟେରାମାନେ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି ।

Advertisment

ରବିବାର ରାତିରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କୋଦଳା ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ବହୁ ପୂରାତନ ମା’ ଦଣ୍ଡ କାଳୀଙ୍କ ମନ୍ଦିରରେ ଚୋରମାନେ ପଶି କଳା କନା ବୁଲାଇଛନ୍ତି । ଚୋରମାନେ ଦାନ ହୁଣ୍ଡି ଭାଙ୍ଗି ସେଥିରେ ଥିବା ସମସ୍ତ ଅର୍ଥକୁ ଲୁଟି ନେଇଯାଇଛନ୍ତି।

ସକାଳେ ମନ୍ଦିର ପୂଜାରୀ ଏହା ଦେଖିବା ପରେ ପରିଚାଳନା କମିଟିକୁ ଏହି ଘଟଣା ବାବଦରେ ଜଣାଇଥିଲେ । ଏହାପରେ ପରିଚାଳନା କମିଟି ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି । ଗତ କିଛି ମାସ ହେଲା ଦାନ ହୁଣ୍ଡି ଖୋଲା ହୋଇଥିଲା ।

Advertisment
Ganjam Loot