Advertisment

ଶିବ ମନ୍ଦିରରୁ ଚୋରି; ନେଇଗଲେ ୨ଲକ୍ଷରୁ ଅଧିକ ଟଙ୍କାର ଜିନିଷ

ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ।

author-image
Tapaswini Nayak
Loot

Loot

ମନ୍ଦିରରେ କଳାକନା ବୁଲାଦେଲେ ଚୋର। ଗତକାଲି ବିଳମ୍ବିତ ରାତିରେ ଶିବ ମନ୍ଦିରରୁ ସୁନା ଅଳଙ୍କାର ଏବଂ ଆସବାବପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଗପୁଞ୍ଜି ଗ୍ରାମରେ।

Advertisment

ମନ୍ଦିରରୁ ଠାକୁରଙ୍କର ସମସ୍ତ ସୁନା ଅଳଙ୍କାର, ଆସବାବପତ୍ର, ୨୦ କେଜିର ତମ୍ବା ନାଗ ସାପ ଓ ଡାକବାଜି ଯନ୍ତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ।

ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ମନ୍ଦିରରୁ ଆନୁମାନିକ ଦୁଇ ଲକ୍ଷ ଟଙ୍କା ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣା ରତଦନ୍ତ କରୁଛି।

Advertisment
Balasore Loot