Advertisment

କଟକ ଦରଖାପାଟଣା ଦୁର୍ଗା ମନ୍ଦିରରୁ ଚୋରି

ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ।

author-image
Jitendra Garnayak
Temple

Temple

କଟକ ଦରଖାପାଟଣା ଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ବହୁ ମୂଲ୍ୟବାନ ସୁନା ଓ ରୁପା ଅଳଙ୍କାର ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଘଟିଛି ଏହି ଘଟଣା।

Advertisment

ମାଆଙ୍କ ଚାନ୍ଦି ମୁକୁଟ, ସୁନା ଅଳଙ୍କାର, ମଙ୍ଗଳସୂତ୍ର, ସୁନା ଚକ୍ଷୁ ଓ ସୁନା ମୁକୁଟ ସହ ହୁଣ୍ଡିରେ ପଡ଼ିଥିବା ଦାନ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ମଧୁପାଟଣା ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦୁଇ ଜଣ ସନ୍ଦିଗ୍ଧ ରାତିଅଧରେ ମନ୍ଦିର ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି। ସେହିମାନେ ଚୋରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

Loot