Advertisment

ରାଜଧାନୀ ଲଜ୍ଜା: ବନ୍ଧା ହେଲେ ଦୁଇ ଦୁଷ୍କର୍ମ ଅଭିଯୁକ୍ତଙ୍କ ସମେତ ୩

ମହିଳା ଜଣକ ନିଜ ଝିଅ ସହ ଘରେ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲେ। ଠିକ୍‌ ସେହି ସମୟରେ ବିକାଶ ଓ ଜଗା ବାଲକୋନୀ ଗ୍ରୀଲ୍‌ ଦେଇ ଘରେ ପଶିଥିଲେ।

Crime

Crime

Advertisment

ଦୁଇ ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା ଲଜ୍ଜା ଜନକ ଘଟଣା। ବିଳମ୍ୱିତ ରାତିରେ ଘରେ ପଶି ଦୁଇ ଅଭିଯୁକ୍ତ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ତାଙ୍କ ଝିଅ ଆଗରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସମ୍ନାକୁ ଆସିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା। ଆଉ ସମାଲୋଚନାରେ ଶିକାର ହୋଇଥିଲା କମିଶନରେଟ୍‌ ପୁଲିସ୍‌। ରାଜଧାନୀରେ ନାରୀ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା। ନାନା ସମାଲୋଚନାରେ ଶିକାର ହେବା ପରେ ଆଜି ପୁଲିସ୍‌ ଦୁଇ ଦୁଷ୍କର୍ମ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ମୈତ୍ରି ବିହାରର ୫ ତାରକା ଆପାର୍ଟମେଣ୍ଟ୍‌। ସେହି ଆପାର୍ଟମେଣ୍ଟରେ ରହୁଥିଲେ ଟୁକୁନା ନାୟକ। ସେ ପେସାରେ ଜଣେ ଅଟୋ ଚାଳକ। ତାଙ୍କର ସାଙ୍ଗ ହେଉଛନ୍ତି ବିକାଶ ନାୟକ। ପୂର୍ବରୁ ସେ ସେହି ଆପାର୍ଟମେଣ୍ଟରେ ରହୁଥିବା ବେଳେ ଏବେ କିନ୍ତୁ ଅନ୍ୟ ଅଞ୍ଚଳରେ ରହୁଛନ୍ତି। ସିଏ ହେଉଛନ୍ତି ଜଣେ ଡ୍ୟାନ୍ସର। ଆଉ ତାଙ୍କର ସାଙ୍ଗ ହେଉଛନ୍ତି ଜଗା ସିଂ। ସିଏ ହେଉଛନ୍ତି ଜଣେ ଗ୍ଲାସ୍‌ ଇଣ୍ଟେରିୟର ମିସ୍ତ୍ରୀ। ଯେହେତୁ ଏମାନଙ୍କର ବନ୍ଧୁତା ଥିଲା, ତେଣୁ ବିକାଶ ଓ ଜଗା ନିୟମିତ ଟୁକୁନାଙ୍କ ଫ୍ଲାଟ୍‌କୁ ଯିବା ଆସିବା କରୁଥିଲେ। ତେଣୁ ତାଙ୍କୁ ସିକ୍ୟୁରିଟି ଗାର୍ଡ କେବେ ଅଟକାଉନଥିଲେ କି ପ୍ରଶ୍ନ କରୁନଥିଲେ। ଏହି ଯିବା ଆସିବା ଭିତରେ ଆପାର୍ଟମେଣ୍ଟରେ ଏକୁଟିଆ ରହୁଥିବା ବ୍ୟକ୍ତିଙ୍କ ଉପରେ ନଜର ପକାଉଥିଲେ ବିକାଶ ଓ ଜଗା।

ଅଭିଯୋଗ ଅନୁସାରେ ଗତ ୨୯ ତାରିଖ ବିଳମ୍ୱିତ ରାତିରେ ବିକାଶ ଓ ଜଗା ଆପାର୍ଟମେଣ୍ଟରେ ଏକୁଟିଆ ରହୁଥିବା ମହିଳାଙ୍କ ଘରକୁ ଯାଇଥିଲେ। ଆଉ ମହିଳାଙ୍କ ଘରୁ ଗୋଟିଏ ମୋବାଇଲ୍‌ ଚୋରି କରି ଆଣିଥିଲେ। ଖାଲି ମୋବାଇଲ୍‌ ଚୋରି କରିନଥିଲେ, ମହିଳାଙ୍କ ଘରର ପାରିପାର୍ଶ୍ୱିକ ସ୍ଥିତିକୁ ଲକ୍ଷ୍ୟ କରି ଆସିଥିଲେ। ଚୋରି ପରେ ବିକାଶ ଓ ଜଗା ଉଭୟ ଟୁକୁନାଙ୍କ ରୁମ୍‌କୁ ଆସିଥିଲେ। ଚୋରି ନେଇ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

Advertisment

୩୦ ତାରିଖରେ ରାତି ପ୍ରାୟ ୨ ହେବ। ମହିଳା ଜଣକ ନିଜ ଝିଅ ସହ ଘରେ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲେ। ଠିକ୍‌ ସେହି ସମୟରେ ବିକାଶ ଓ ଜଗା ବାଲକୋନୀ ଗ୍ରୀଲ୍‌ ଦେଇ ଘରେ ପଶିଥିଲେ। ଆଉ ଘର ବାହାରେ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡକୁ ଜଗି ରହିଥିଲେ ଟୁକୁନା। ପ୍ରଥମେ ସେମାନେ ମହିଳାଙ୍କୁ ପରିବା କଟା ଛୁରୀ ଦେଖାଇ ତାଙ୍କଠାରୁ ୨ଟି ମୋବାଇଲ ଓ ହଳେ କାନଫୁଲ ଚୋରି କରିଥିଲେ। ତା’ପରେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ରାତିରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥିସହ ଘଟଣା ପ୍ରଘଟ କଳେ ଝିଅକୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦେଇ ଆସିଥିଲେ।

ରାତି ପାହିଳା ପରେ ପୀଡ଼ିତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ବୟାନ୍‌ ଆଧାରରେ କମିଶନରେଟ୍‌ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତାଙ୍କ ବୟାନ୍‌ ରେକର୍ଡ କରିବା ସହିତ ଦୁଷ୍କର୍ମ ହୋଇଥିବା ଘରେ ଯାଞ୍ଚ କରିଥିଲା। ଏଥିସହ ଗେଟ୍‌ରେ ଜଗି ରହିଥିବା ସିକ୍ୟୁରିଟି ଗାର୍ଡକୁ ଜେରା କରିଥିଲା। ଖାଲି ସେତିକି ନୁହେଁ, ଆପାର୍ଟମେଣ୍ଟରେ ରହୁଥିବା କିଛି ଲୋକଙ୍କୁ ମଧ୍ୟ ସନ୍ଦେହରେ ଜେରା କରିଥିଲା। ସେହି ସମୟରେ ଅଟୋ ଚାଳକ ଟୁକୁନା ସନ୍ଦେହ ଘେରକୁ ଆସିଥିଲେ। ତା’ପରେ ପୁଲିସ୍‌ ବିକାଶ ଓ ଜଗାଙ୍କୁ ଧରିବାରେ ସଫଳ ହୋଇଥିଲା।

ପୁଲିସ୍‌ କମିଶନର ସୁରେଶ ଦେବଦତ୍ତ ସିଂଙ୍କ କହିବା ଅନୁସାରେ ବିକାଶ ଓ ଜଗା ହେଉଛନ୍ତି ପେସାଗତ ଅପରାଧୀ। ବିକାଶ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ୭ଟି ମାମଲା ରହିଛି। ଆଉ ଜଗା ନାଁରେ ଚନ୍ଦ୍ରେଶେଖରପୁର ଓ ଭରତପୁର ଥାନାରେ ୬ଟି ମାମଲା ରହିଛି। ଏମାନେ ବହୁବାର ଜେଲ୍‌ ଯାଇଛନ୍ତି। ଆଉ ପରବର୍ତ୍ତୀ ସମୟରେ ଜେଲ୍‌ରୁ ବାହାରି ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିଲେ। ଏଥର ବିକାଶ ଓ ଜଗାଙ୍କ ସମେତ ଟୁକୁନାଙ୍କ ନାଁରେ ୧୧୦ ଦଫାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ୍‌ କମିଶନର କହିଛନ୍ତି।

Bhubaneswar Bhubaneswar News Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe