Advertisment

ବାଟରେ ଅଟକାଇଲେ; ମାଡ଼ମାରି, ଫାଙ୍କା ଗୁଳିଚାଳନା କରି ଲୁଟିନେଲେ

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଯୁବକଯୁବତୀ ଏକ ସ୍କୁଟରରେ ଯାଉଥିଲେ।

ଅଦ୍ୟତନ ହୋଇଛି
Loot

Loot

Advertisment

ମାଡ଼ମାରି, ଫାଙ୍କା ଗୁଳି ଚାଳନା କରି ଯୁବକଯୁବତୀଙ୍କ ଠାରୁ ଲୁଟିନେଲେ ସୁନା ଚେନ୍। କଟକ ଜିଲ୍ଲା ନରାଜ-ବିଦ୍ୟାଧରପୁର ପାହାଡ଼ ନିକଟରେ ଏହି ଘଟଣା ଘଟିଛି। ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଯୁବକଯୁବତୀ।

Advertisment

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଯୁବକଯୁବତୀ ଏକ ସ୍କୁଟରରେ ଯାଉଥିଲେ। ଏହି ସମୟରେ ନରାଜ-ବିଦ୍ୟାଧରପୁର ପାହାଡ଼ ନିକଟରେ ୬ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ପରେ ଦୁର୍ବୃତ୍ତମାନେ ଟଙ୍କା ପଇସା ଦେବାକୁ କହିଥିଲେ। ହେଲେ ଯୁବକଯୁବତୀଙ୍କ ପାଖରେ ଟଙ୍କା ପଇସା ନଥିଲା।

ପରେ ଦୁର୍ବୃତ୍ତମାନେ ଯୁବତୀଙ୍କ ବେକରୁ ଚେନ ଛାମ୍ପି ନେଇଥିଲେ। ଏନେଇ  ପ୍ରତିବାଦ କରିବାରୁ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଓ ସେମାନଙ୍କ ଗାଡ଼ିକୁ ଭାଙ୍ଗି ଦେଇଥିଲେ। ବିଚ୍ ରାସ୍ତାରେ ଏଭଳି ଘଟଣାଦେଖି କିଛି ଟ୍ରକ ଡ୍ରାଇଭର ସେଠାରେ ଅଟକିଥିଲେ। ମାତ୍ର ଦୁର୍ବୃତ୍ତମାନେ ୨ ରାଉଣ୍ଡ ଫାଙ୍କା ଗୁଳି ଫୁଟାଇ ସମସ୍ତଙ୍କୁ ଭୟଭୀତ କରି ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ ଯୁବକଯୁବତୀ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ ସିଡିଏ ସେକ୍ଟର-୧୧ ଅଞ୍ଚଳରେ ମଧ୍ୟ ଆଇନଜୀବୀଙ୍କ ଠାରୁ ସମାନ ଢଙ୍ଗରେ ଲୁଟ୍‌ କରିଥିଲେ ଦୁର୍ବୃତ୍ତ।

Loot Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe