Advertisment

ରାତି ଅଧରେ ‘ମାଉସୀ’ କବାଟ ଖୋଲ ଡାକିଲେ, ଭୁଜାଲି ଦେଖାଇ ଲୁଟିନେଲେ ଭଡ଼ାଟିଆ

ରାତି ଅଧରେ ମାଉସୀ ବୋଲି ଡାକିଲେ ଭଡ଼ାଟିଆ। କବାଟ ଖୋଲି ଦେବାରୁ ବୃଦ୍ଧ ଦମ୍ପତିଙ୍କ ବେକରେ ଲଗାଇଦେଲେ ଭୁଜାଲି।

Looot

Loot

Advertisment

ରାତି ଅଧରେ ମାଉସୀ ବୋଲି ଡାକିଲେ ଭଡ଼ାଟିଆ। କବାଟ ଖୋଲି ଦେବାରୁ ବୃଦ୍ଧ ଦମ୍ପତିଙ୍କ ବେକରେ ଲଗାଇଦେଲେ ଭୁଜାଲି। ପାଟି ଫିଟାଇଲେ ହାଣି ଦେବାର ଭୟ ଦେଖାଇ ଘରେ ବୁଲାଇଲେ କଳାକନା। ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଘଟିଛି। ଲୁଟର ଶିକାର ହୋଇଥିବା ବୃଦ୍ଧ ଦମ୍ପତି ହେଲେ ଜୟଦେବ ରାଉତ ଓ ତାଙ୍କ ପତ୍ନୀ ସଜନୀ ରାଉତ ।

Advertisment

ଦିଗଛିଆ ପେଟ୍ରୋଲ ପମ୍ପ ନିକଟରେ ନିଛାଟିଆ ସ୍ଥାନରେ ଜୟଦେବ ଘର କରି ରହୁଥିବା ବେଳେ ଭଡ଼ାରେ ବି ଲଗାଇଛନ୍ତି। ଦୁଇ ଦିନ ତଳେ ଧାମରା ରେଳ ଲାଇନରେ ସିକ୍ୟୁରିଟ ଗାର୍ଡ କାର୍ଯ୍ୟ କରୁଥିବା କହି ୩ ଯୁବକ ଘର ଭଡ଼ା ନେଇଥିଲେ।

ଗତ ରାତି ପ୍ରାୟ ୧୨ ଟାରେ ପରେ ସେମାନେ ଘର ମାଲିକଙ୍କ କବାଟ ବାଡ଼େଇ ମାଉସୀ କବାଟ ଖୋଲ ବୋଲି କହିଥିଲେ। ଏହାଶୁଣି ବୃଦ୍ଧ କବାଟ ଖୋଲିବାରୁ ସେମାନେ ହଠାତ୍‌ ବୃଦ୍ଧ ଦମ୍ପତିଙ୍କ ବେକରେ ଭୁଜାଲି ଲଗାଇ ଦେଇଥିଲେ। ଏହାପରେ ଚୁପଚାପ ସବୁ ସୁନା, ଅଳଙ୍କାର ଓ ଟଙ୍କା ଦେଇଦେବାକୁ ଧମକ ଦେଇଥିଲେ।

Advertisment

ଭୟଭୀତ ହୋଇ ବୃଦ୍ଧ ଦମ୍ପତି ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା, ଟଙ୍କା ସବୁ ଦେଇଥିଲେ। ତାହାକୁ ଧରି ଆଖି ପିଛୁଳାକେ ୩ ଯୁବକ ବାଇକ୍‌ ଯୋଗେ ଫେରାର ହୋଇ ଯାଇଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇ ପାରିନି।

Loot Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe