Advertisment

ରାଜଧାନୀରେ ପୁଣି ମାତିଲେ ଲୁଟେରା: ଘରେ ପଶି ନେଇଗଲେ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା

ଲକର ଭାଙ୍ଗି ସୁନାଗହଣା ସହିତ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇଗଲେ ଲୁଟେରା।

author-image
Jitendra Garnayak
Window

Window

ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା। ଗତକାଲି ମଞ୍ଚେଶ୍ଵର ଥାନା ଅଞ୍ଚଳରେ ନିହାର ରଞ୍ଜନ ବିଶ୍ୱାଳଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ୧୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ସହିତ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମଞ୍ଚେଶ୍ୱର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Advertisment

ନିହାର ରଞ୍ଜନ ବିଶ୍ୱାଳ କହିଛନ୍ତି, ଆମେ କାଲି ଘରେ ନଥିଲୁ। ଘରୁ ଚୋରି ହୋଇଥିବା ନେଇ ଆଜି ସକାଳେ ଘର ମାଲିକ ଫୋନ୍ କରି କହିଥିଲେ। ଝରକାର ଗ୍ରୀଲ ତଡ଼ା ହୋଇଥିଲା। ଲୁଟେରାମାନେ ଏକ ଲକର ତାଡ଼ି ଦେଇଥିଲେ। ଲକରରେ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଥିଲା। ତା’ସହିତ ନଗଦ ଦେଢ଼ ଲକ୍ଷ ଟଙ୍କା ଥିଲା। ଚୋରମାନେ ସବୁ ନେଇ ଯାଇଛନ୍ତି। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ଆସି ଛାନଭିନ କରିଛି। ଚୋରଙ୍କୁ ଧରାଯିବ ବୋଲି ପୁଲିସ୍ ପ୍ରତିଶ୍ରୁତି ଦେଇଛନ୍ତି।

ଗତକାଲି କମିଶନରେଟ୍ ପୁଲିସ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଆପାର୍ଟମେଣ୍ଟଗୁଡ଼ିକୁ ଟାର୍ଗେଟ୍ କରି ଲୁଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଧରିଥିବା କହିଥିଲା। ଏହି ଗ୍ୟାଙ୍ଗର ପ୍ରମୁଖ୍ୟ ସଦସ୍ୟଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ପୁଲିସ୍ ଧରିବା ପରେ ରାଜଧାନୀ ବସି ଟିକେ ଆଶ୍ୱସ୍ତ ହୋଇଥିଲେ। ହେଲେ ଗତକାଲି ରାତିରେ ପୁଣି ରାଜଧାନୀରେ ହୋଇଛି ଲୁଟ୍‌। ଏହା ନିଶ୍ଚିତ ଭାବେ କମିଶନରେଟ ପୁଲିସକୁ ଚିନ୍ତାରେ ପକାଇଥିବ।

Advertisment

ସୂଚନାଯୋଗ୍ୟ, ପୁଲିସ୍ ହାତରେ ଧରାପଡ଼ିଥିବା ଏହି ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସ୍ପେଶ ଟାଉନ୍ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍‌ ସହିତ ଆହୁରି ୫ରୁ ଅଧିକ ଫ୍ଲାଟ୍‌ରେ କଳାକନା ବୁଲାଇଥିଲେ। ସେମାନେ ସାଧାରଣତଃ ରାତି ଗୋଟାଏରୁ ତିନିଟା ମଧ୍ୟରେ ଲୁଟ୍ କରୁଥିଲେ। 

Loot Police Lootera