Advertisment

କାର୍‌ରେ ଆସିଲେ ଲୁଟେରା; ଜିନିଷ କିଣିବା ବାହାନାରେ ଦୋକାନରେ ବୁଲାଇଲେ କଳାକନା

ଲୁଟ୍‌ର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

ରାଜଧାନୀରେ ମାତିଛନ୍ତି ହାଇ ପ୍ରୋଫାଇଲ ଲୁଟେରା। ଦାମୀ କାରରେ ଆସି ଜିନିଷ କିଣିବା ବାହାନାରେ ଦୋକାନରେ କଳା ବୁଲାଇ ଦେଲେ। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏନେଇ ଦୋକାନୀ ଜଣଙ୍କ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଲୁଟ୍‌ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Advertisment

ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ ରୋଡ୍‌ ଠାରେ ଥିବା ରେବା ଗାର୍ମେଣ୍ଟ ଆଗରେ ଏକ ଧଳା ରଙ୍ଗରେ କାର୍‌ ରହିଥିଲା। କାର୍‌ରୁ ଜଣେ ମହିଳା ବାହାରିଥିଲେ। ମହିଳା ଜଣଙ୍କ ଦୋକାନ ଭିତରକୁ ଭିତରକୁ ପ୍ରବେଶ କରିଥିଲେ। ସେ ଦୋକାନୀଙ୍କୁ ଜିନିଷ ଦେଖିବାକୁ ଡାକିଥିଲେ। ଏହି ସମୟରେ ଜଣେ ପୁରୁଷ ସେହି କାର୍‌ରୁ ଓହ୍ଲାଇ ଦୋକାନ ଭିତରେ ପଶିଥିଲେ। ଦୋକାନରେ ବିଲ୍‌ କାଉଣ୍ଟରରେ ଡ୍ର’ ଖୋଲା ରହିଥିବା ସେ ଦେଖିଥିଲେ ଓ ମଉକା ଦେଖି ସେଥିରେ ଥିବା ଟଙ୍କା ବିଡ଼ା ନେଇ ଚମ୍ପଟ ମାରିଥିଲେ।

ଏହି ଲୁଟ୍‌ର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ ଦୋକାନୀ ଜଣଙ୍କ ବରଗଡ଼ ଥାନରେ ଅଭିଯୋଗ କରିଛନ୍ତି। ସିସିଟିଭିରୁ ବର୍ତ୍ତିବା ପାଇଁ ଲୁଟେରା ଜଣଙ୍କ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି। ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରୁଛି।

Advertisment
Bhubaneswar Loot