ରାଜଧାନୀରେ ମାତିଛନ୍ତି ହାଇ ପ୍ରୋଫାଇଲ ଲୁଟେରା। ଦାମୀ କାରରେ ଆସି ଜିନିଷ କିଣିବା ବାହାନାରେ ଦୋକାନରେ କଳା ବୁଲାଇ ଦେଲେ। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏନେଇ ଦୋକାନୀ ଜଣଙ୍କ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଲୁଟ୍ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ ରୋଡ୍ ଠାରେ ଥିବା ରେବା ଗାର୍ମେଣ୍ଟ ଆଗରେ ଏକ ଧଳା ରଙ୍ଗରେ କାର୍ ରହିଥିଲା। କାର୍ରୁ ଜଣେ ମହିଳା ବାହାରିଥିଲେ। ମହିଳା ଜଣଙ୍କ ଦୋକାନ ଭିତରକୁ ଭିତରକୁ ପ୍ରବେଶ କରିଥିଲେ। ସେ ଦୋକାନୀଙ୍କୁ ଜିନିଷ ଦେଖିବାକୁ ଡାକିଥିଲେ। ଏହି ସମୟରେ ଜଣେ ପୁରୁଷ ସେହି କାର୍ରୁ ଓହ୍ଲାଇ ଦୋକାନ ଭିତରେ ପଶିଥିଲେ। ଦୋକାନରେ ବିଲ୍ କାଉଣ୍ଟରରେ ଡ୍ର’ ଖୋଲା ରହିଥିବା ସେ ଦେଖିଥିଲେ ଓ ମଉକା ଦେଖି ସେଥିରେ ଥିବା ଟଙ୍କା ବିଡ଼ା ନେଇ ଚମ୍ପଟ ମାରିଥିଲେ।
ଏହି ଲୁଟ୍ର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ ଦୋକାନୀ ଜଣଙ୍କ ବରଗଡ଼ ଥାନରେ ଅଭିଯୋଗ କରିଛନ୍ତି। ସିସିଟିଭିରୁ ବର୍ତ୍ତିବା ପାଇଁ ଲୁଟେରା ଜଣଙ୍କ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି। ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରୁଛି।