/odisha-reporter/media/post_attachments/uploadimage/library/16_9/16_9_0/Loot_1725252382.jpg)
Loot
ବନ୍ଧୁ ଘରକୁ ଯାଇଥିଲେ ପରିବାର ଲୋକେ। ଘରେ କଳାକନା ବୁଲାଇ ଦେଲେ ଚୋର। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗେଲଟୁଆ ପଞ୍ଚାୟତ ବ୍ରାହ୍ମଣ ସାହିରେ ଏହି ଘଟଣା ଘଟିଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
Advertisment
ଗାଁର ମାର୍କଣ୍ଡ ପାଣିଗ୍ରାହୀ ପରିବାର ସହ ବନ୍ଧୁଙ୍କ ଘରକୁ ଯାଇଥିଲେ। ଆଜି ସକାଳେ ଘରକୁ ଫେରିବା ପରେ ନିଜ ଘର ଚୋରି ହୋଇଥିବା ଦେଖିଥିଲେ। ଚୋରମାନେ ସିଡି ଘର ଦେଇ ଘରକୁ ପଶିଥିଲେ।
ପରେ ଘରେ ଥିବା ଆଲମାରିକୁ ଭାଙ୍ଗି ୧୨ ଭରି ସୁନା ସହ ନଗଦ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏନେଇ ମାର୍କଣ୍ଡ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଗ୍ରାମବାସୀଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
