Advertisment

ସ୍ୱାମୀ-ସ୍ତ୍ରୀ ଶୋଇଥିଲେ, ଲୁଟେରା ନେଇଗଲେ ସୁନା ଗହଣା

ଇନଫୋସିଟି ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

author-image
Jitendra Garnayak
ଅଦ୍ୟତନ ହୋଇଛି

ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା। ଘରର ଝରକା ତାଡ଼ି ଘରେ ପଶି କଳାକନା ବୁଲାଇଦେଲେ। ଗତକାଲି ରାତିରେ ଲୁଟେରାମାନେ ଇନଫୋସିଟି ଥାନା ଅନ୍ତର୍ଗତ ଶ୍ରୀ ଗଣେଶ ବିହାରରେ ରହୁଥିବା ବଂଶୀଧର ଗଉଡଙ୍କ ଘରେ ପଶିଥିଲେ। ଆଲମାରି ଭାଙ୍ଗି ଘରୁ ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ଗଣେଶ। ଇନଫୋସିଟି ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Loot Gold Thief