Advertisment

ଲୁଟେରାଙ୍କ ଚରା ଭୂଇଁ ପାଲଟିଛି ରାଜଧାନୀ! ଲୁଟିନେଲେ ୪ ଲକ୍ଷ ଟଙ୍କାର ଗହଣା

ଲୁଟେରାମାନେ ଗେଟ୍‌ ତାଲା ଭାଙ୍ଗି ପୂର୍ଣ୍ଣାଙ୍କ ଘରେ ପଶିଥିଲେ। ଆଉ ତା’ପରେ ଗୋଦରେଜ ଭାଙ୍ଗି ସମସ୍ତ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୩ରୁ ୪ ଲକ୍ଷ ଟଙ୍କା ହେବ। ଏଥିସହ ନଗଦ ୧୦ ହଜାର ଟଙ୍କା ନେଇ ଯାଇଥିଲେ।

Loot

Loot

Advertisment

ଲୁଟେରାଙ୍କ ଚରା ଭୂଇଁ ପାଲଟିଛି ରାଜଧାନୀ ଭୁବନେଶ୍ୱର! ମଙ୍ଗଳବାର ବିଳମ୍ୱିତ ରାତିରେ ପୁଣି ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଛି। ଲୁଟେରାମାନେ ତାଲା ଭାଙ୍ଗି ପ୍ରାୟ ୪ ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। କମିଶନରେଟ୍‌ ପୁଲିସ୍‌ର ନିଷ୍କ୍ରିୟତା ଯୋଗୁ ରାଜଧାନୀରେ ଦିନକୁ ଦିନ ଚୋରି ବଢ଼ୁଥିବା ଅଭିଯୋଗ ହେଉଛି।

Advertisment

ମଞ୍ଚେଶ୍ୱର ଥାନା ଅଧୀନ ଭୋଟପଡାରେ ଭର ଭଡ଼ା ନେଇ ରହୁଥିଲେ ରେଳ କର୍ମଚାରୀ ପୂର୍ଣ୍ଣାନନ୍ଦ ଭୋଇ। ମଙ୍ଗଳବାର ସକାଳେ ସେ ଶ୍ୱଶୁର ଘରକୁ ଯାଇଥିଲେ। ଆଉ ଗଲା ବେଳେ ଗେଟ୍‌ରେ ତାଲା ପକାଇ ଯାଇଥିଲେ। ତା’ପୂର୍ବରୁ ପତ୍ନୀ ଓ ପିଲାମାନେ ଘରକୁ ପଳାଇ ଯାଇଥିଲେ। ତେଣୁ ଘରଟି ପୂରା ଖାଲି ପଡ଼ିଥିଲା। ଏହାର ସୁଯୋଗ ନେଇ ଲୁଟେରାମାନେ ମଙ୍ଗଳବାର ବିଳମ୍ୱିତ ରାତିରେ ପୂର୍ଣ୍ଣାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି।

ଲୁଟେରାମାନେ ଗେଟ୍‌ ତାଲା ଭାଙ୍ଗି ପୂର୍ଣ୍ଣାଙ୍କ ଘରେ ପଶିଥିଲେ। ଆଉ ତା’ପରେ ଗୋଦରେଜ ଭାଙ୍ଗି ସମସ୍ତ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୩ରୁ ୪ ଲକ୍ଷ ଟଙ୍କା ହେବ। ଏଥିସହ ନଗଦ ୧୦ ହଜାର ଟଙ୍କା ନେଇ ଯାଇଥିଲେ। ଆଜି ସକାଳେ ପୂର୍ଣ୍ଣା ରହୁଥିବା ଭଡ଼ା ଘରେ ତାଲା ଭାଙ୍ଗା ଯାଇଥିବା ପଡ଼ୋଶୀମାନେ ଦେଖି ଫୋନ୍‌ କରି କହିଥିଲେ। ଏହା ପରେ ପୂର୍ଣ୍ଣା ଘରକୁ ଲୁଟ୍‌ ହୋଇଥିବା ଦେଖି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ୍‌ ତଦନ୍ତ ଚଳାଇଛି। ହେଲେ ଏ ପର୍ଯ୍ୟନ୍ତ ଲୁଟେରାଙ୍କ ପତ୍ତା ପାଉନି ପୁଲିସ୍‌।

Advertisment

ତାଲା ଭାଙ୍ଗି ଲୁଟ୍‌ କରିବା ରାଜଧାନୀରେ ପ୍ରଥମ ଘଟଣା ନୁହେଁ। ବାରମ୍ୱାର ଏମିତି ଘଟଣା କଟୁଛି। ହେଲେ କମିଶନରେଟ୍‌ ପୁଲିସ୍ ଲୁଟେରାଙ୍କ ପାଖରେ ପହଞ୍ଚି ପାରୁନାହିଁ। ପାଟ୍ରୋଲିଂ ଢ଼ିଲା ଯୋଗୁ ଦିନକୁ ଦିନ ରାଜଧାନୀରେ ଲୁଟ୍‌ ସଂଖ୍ୟା ବଢ଼ୁଥିବା ଅଭିଯୋଗ ହୋଇଛି।

Bhubaneswar Bhubaneswar News Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe