Advertisment

ସା‍ବଧାନ ରାଜଧାନୀ ବାସୀ; ବୁଲୁଛନ୍ତି ଲେଡି ଲୁଟେରା

ଘରେ ଲାଗିଥିବା ସିସିଟିଭିରେ ଲୁଟ୍‌ ସମୟ ସବୁ ଦୃଶ୍ୟ କଏଦ ହୋଇଛି।

ଅଦ୍ୟତନ ହୋଇଛି
loot

loot

Advertisment

ରାଜଧାନୀରେ ଲେଡି ଲୁଟେରା ଚଲାଇଛନ୍ତି ଆତଙ୍କରାଜ୍। ଘରେ ପଶି ବୁଲାଉଛନ୍ତି କଳାକନା। ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଲେଡି ଲୁଟେରା ପଶି ଘରୁ ଟଙ୍କା ଓ ଜରୁରୀ କାଗଜପତ୍ର ନେଇ ଚମ୍ପଟ୍ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଘରେ ଲାଗିଥିବା ସିସିଟିଭିରେ ଲୁଟ୍‌ ସମୟର ସବୁ ଦୃଶ୍ୟ କଏଦ ହୋଇଛି।

Advertisment

ସୂଚନାଅନୁସାରେ, ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିବା ବୈରାଗୀ ପ୍ରଧାନଙ୍କ ଘରେ ଘରେ ଗତକାଲି ସକାଳେ ଲେଡି ଲୁଟେରା ଜଣଙ୍କ ଗେଟ୍‌ ଖୋଲି ଘରେ ପଶିଥିଲା। ଟଙ୍କା ଓ ଜରୁରୀ କାଗଜପତ୍ର ନେଇ ଚମ୍ପଟ୍ ମାରିଥିଲା। ଏହି ସମୟରେ ବୈରାଗୀଙ୍କ ସ୍ତ୍ରୀ ବାଥରୁମ୍‌ରେ ଥିଲେ। ଘରେ ଲାଗିଥିବା ସିସିଟିଭିରେ ଲୁଟ୍‌ ସମୟରେ ଦୃଶ୍ୟ କଏଦ ହୋଇଥିଲା। ଏନେଇ ବୈରାଗୀ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ତଦନ୍ତ କରୁଛି।

ବୈରାଗୀଙ୍କ ସ୍ତ୍ରୀ କହିଛନ୍ତି, ମୁଁ ବାଥରୁମରେ ଥିବା ବେଳେ ଘରେ ପଶି ମୋର ଓ ମୋ ସ୍ୱାମୀଙ୍କ ପର୍ସକୁ ମହିଳା ଜଣଙ୍କ ନେଇ ଯାଇଛି। ପର୍ସରେ ଟଙ୍କା ସହ ଗୁରୁତ୍ୱ ପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ୩ଟି ଏଟିଏମ୍ କାର୍ଡ଼ ଥିଲା। ଆମ ଘରେ ଲାଗିଥିବା ସିସିଟିଭିରେ ଜଣେ ମହିଳା ଆମ ଘରେ ପଶି ଏସବୁ ଜିନିଷ ନେଇଥିବା କଏଦ ହୋଇଛି। 

Advertisment

ସୂଚନାଯୋଗ୍ୟ, କିଛି ଦିନ ତଳେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୨ଜଣ ଲେଡି ଲୁଟେରା ଜଣଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ  ସ୍ଥାନୀୟ ଲୋକେ ଦେଖି ପୁଲିସ ଜିମାରେ ଦେଇଥିଲେ।

Loot Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe