Prakash
ସୁନା ଦୋକାନୀଙ୍କୁ ଗୁଳି ମାରି ସାଢ଼େ ତିନି ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ଲକ୍ଷେ ଟଙ୍କା ଲୁଟି ନେଲେ ଦୁଇ ଲୁଟେରା। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ନିକଟସ୍ଥ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ।
ଗୁଳିମାଡ଼ରେ ଆହତ ହୋଇଥିବା ସୁନା ଦୋକାନୀଙ୍କ ନାଁ ପ୍ରକାଶ ଚନ୍ଦ୍ର ସାହୁ। ତାଙ୍କ ଘର ଅନୁଗୋଳର ଖଲାରୀ ଅଞ୍ଚଳରେ। କଟକରୁ ମାର୍କେଟିଂ ସାରି ବାଇକରେ ଅନୁଗୋଳ ଅଭିମୁଖେ ଫେରୁଥିଲେ ପ୍ରକାଶ। ଦୁଇ ଜଣ ଯୁବକ ତାଙ୍କୁ ବାଇକ୍ରେ ପିଛା କରି କଦଳୀପାଳ ନିକଟସ୍ଥ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଗୁଳି କରିଥିଲେ। ଏହା ପରେ ପ୍ରକାଶଙ୍କ ଠାରୁ ସୁନା ଗହଣା ଓ ଟଙ୍କା ନେଇ ଲୁଟେରା ଦ୍ୱୟ ଫେରାର ହୋଇଯାଇଥିଲେ।
ପ୍ରକାଶଙ୍କ ଅଣ୍ଟାରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Prakash_1709048600.jpg)