Advertisment

ବାଇକ୍‌ରେ ଆସିଲେ; ଫ୍ଲିପ୍‌କାର୍ଟ ଅଫିସରୁ ଟଙ୍କା ବାକ୍ସ ନେଇ ଚମ୍ପଟ ମାରିଲେ

ଆଠଗଡ଼ DSP ଓ ପୁଲିସ୍ ଟିମ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି।

author-image
Tapaswini Nayak
loot

loot

ଫ୍ଲିପ୍‌କାର୍ଟ ଅଫିସରୁ ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ବାକ୍ସ। ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକ ନଗରର ସ୍ଥିତ ଫ୍ଲିପ୍ କ୍ଲାର୍ଟ ଅଫିସରେ। ବାକ୍ସରେ ଳକ୍ଷାଧିକ ଟଙ୍କା ଥିବା ସୂଚନା ରହିଛି।

Advertisment

ଆଜି ସକାଳେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଅଶୋକ ନଗରର ସ୍ଥିତ ଫ୍ଲିପ୍ କ୍ଲାର୍ଟ ଅଫିସରେ ପହଞ୍ଚିଥିଲେ। ଏହି ସମୟରେ ଅଫିସରେ ୨ଜଣ କର୍ମଚାରୀ ଥିଲେ। ଦୁଇ ଦୁର୍ବୃତ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ ଟଙ୍କା ବାକ୍ସ ନେଇ ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ଫ୍ଲିପ୍‌କାର୍ଟ ଅଫିସ ପକ୍ଷରୁ ଥାନାରେ ଅଭିଯୋଗ କରେଯାଇଛି।

ଆଠଗଡ଼ DSP ଓ ପୁଲିସ୍ ଟିମ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ପୁଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।

Advertisment
Loot Cuttack