ଦିନ ବେଳେ ଘାଟିରେ ବନ୍ଧୁକ ଦେଖାଇ ଲୁଟ୍‌, ଦମ୍ପତିଙ୍କ ଠାରୁ ନେଇଗଲେ ସୁନା,ଟଙ୍କା ଓ ମୋବାଇଲ

ବିକ୍ରମ କେଶରୀ ଓ ତାଙ୍କ ପତ୍ନୀ ସ୍କୁଟିରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ।

Gun

Reprsentational Image

Jitendra Garnayak
  • Published: Sunday, 14 May 2023
  • Updated: 14 May 2023, 01:19 PM IST

Sports

Latest News

କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟି ଆଜି ଏକ ଦମ୍ପତି ଲୁଟ୍‌ର ଶିକାର ହୋଇଛନ୍ତି। ତାହା ପୁଣି ଦିନ ପ୍ରାୟ ୧୧ଟା ବେଳେ।

ଲୁଟର ଶିକାର ହୋଇଥିବା ଏହି ଦମ୍ପତି ହେଉଛନ୍ତି ବିକ୍ରମ କେଶରୀ ପଟ୍ଟନାୟକ ଓ ସାଗର ପଟ୍ଟନାୟକ। ସେମାନଙ୍କ ଘର ଦାରିଙ୍ଗବାଡ଼ିର ନିଳକନ୍ଦର ସାହିରେ।

ବିକ୍ରମ କେଶରୀ ଓ ତାଙ୍କ ପତ୍ନୀ ସ୍କୁଟିରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗାଜଲବାଡ଼ି ଘାଟିରେ ସେମାନଙ୍କୁ ୩ ଜଣ ଲୁଟେରା ଅଟକାଇଥିଲେ। ଲୁଟେରାମାନେ ଏକ କାରରେ ଆସିଥିଲେ। ସେମାନେ ବନ୍ଧୁକ ଦେଖାଇ ବିକ୍ରମ ଓ ତାଙ୍କ ପତ୍ନୀଙ୍କ ଠାରୁ ସୁନା ଚେନ, ୨ଟି ମୋବାଇଲ, ଏଟିଏମ କାର୍ଡ ଓ ଟଙ୍କା ନେଇ ଯାଇଥିଲେ।

Also Read

ଗଲା ବେଳେ ଲୁଟେରାମାନେ ବିକ୍ରମଙ୍କ ସ୍କୁଟି ଚାବି ନେଇ ପଳାଇଥିଲେ। ତେବେ କିଛି ବାଟ ଗଲା ପରେ ସେମାନେ ସ୍କୁଟି ଚାବିକୁ ରାସ୍ତାରେ ଫିଙ୍ଗି ଦେଇଥିଲେ।

ଏହି ଘଟଣା ପରେ ଡରିଯାଇଥିବା ବିକ୍ରମ ଓ ତାଙ୍କ ପତ୍ନୀ ସୋରଡ଼ାରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ତେବେ ଖବର ଲେଖାଯିବା ବେଳକୁ ସେମାନେ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos