Gun
କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟି ଆଜି ଏକ ଦମ୍ପତି ଲୁଟ୍ର ଶିକାର ହୋଇଛନ୍ତି। ତାହା ପୁଣି ଦିନ ପ୍ରାୟ ୧୧ଟା ବେଳେ।
ଲୁଟର ଶିକାର ହୋଇଥିବା ଏହି ଦମ୍ପତି ହେଉଛନ୍ତି ବିକ୍ରମ କେଶରୀ ପଟ୍ଟନାୟକ ଓ ସାଗର ପଟ୍ଟନାୟକ। ସେମାନଙ୍କ ଘର ଦାରିଙ୍ଗବାଡ଼ିର ନିଳକନ୍ଦର ସାହିରେ।
ବିକ୍ରମ କେଶରୀ ଓ ତାଙ୍କ ପତ୍ନୀ ସ୍କୁଟିରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗାଜଲବାଡ଼ି ଘାଟିରେ ସେମାନଙ୍କୁ ୩ ଜଣ ଲୁଟେରା ଅଟକାଇଥିଲେ। ଲୁଟେରାମାନେ ଏକ କାରରେ ଆସିଥିଲେ। ସେମାନେ ବନ୍ଧୁକ ଦେଖାଇ ବିକ୍ରମ ଓ ତାଙ୍କ ପତ୍ନୀଙ୍କ ଠାରୁ ସୁନା ଚେନ, ୨ଟି ମୋବାଇଲ, ଏଟିଏମ କାର୍ଡ ଓ ଟଙ୍କା ନେଇ ଯାଇଥିଲେ।
ଗଲା ବେଳେ ଲୁଟେରାମାନେ ବିକ୍ରମଙ୍କ ସ୍କୁଟି ଚାବି ନେଇ ପଳାଇଥିଲେ। ତେବେ କିଛି ବାଟ ଗଲା ପରେ ସେମାନେ ସ୍କୁଟି ଚାବିକୁ ରାସ୍ତାରେ ଫିଙ୍ଗି ଦେଇଥିଲେ।
ଏହି ଘଟଣା ପରେ ଡରିଯାଇଥିବା ବିକ୍ରମ ଓ ତାଙ୍କ ପତ୍ନୀ ସୋରଡ଼ାରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ତେବେ ଖବର ଲେଖାଯିବା ବେଳକୁ ସେମାନେ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇ ନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Gun_1684050327.jpg)