Advertisment

ଜେଜେମାଆ-ନାତୁଣୀଙ୍କୁ ଲୁଟିଲେ, ରାସ୍ତା ପାର୍ଶ୍ୱକୁ ଫିଙ୍ଗିଦେଲେ

ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଛତ୍ରପୁର ମେଡ଼ିକାଲ୍‌ରୁ କୁନ୍ତଳାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍‌ କଲ ଆସିଥିଲା। କୁନ୍ତଳା ଓ ସ୍ୱିଟି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ଚେତା ଫେରୁନି ବୋଲି ସୂଚନା ଦିଆଯାଇଥିଲା।

Ganjam

Ganjam

Advertisment

ପାନୀୟ ଜଳରେ ନିଶା ଦେଇ ଜେଜେମାଆ ଓ ନାତୁଣୀଙ୍କୁ ଲୁଟି ନେଲେ। ପରେ ସେମାନଙ୍କୁ ରାସ୍ତା ପାର୍ଶ୍ୱକୁ ଫିଙ୍ଗିଦେଲେ। ଏବେ ମେଡିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି ଜେଜେମାଆ ଓ ନାତୁଣୀ। ଗଞ୍ଜାମ ଜିଲ୍ଲାରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା।

Advertisment

ପୁରୁଷୋତ୍ତମପୁର ସହରର କୁନ୍ତଳା କୁମାର ଗୌଡ ତାଙ୍କ ନାତୁଣୀ ସ୍ୱିଟିଙ୍କୁ ଧରି ବଡ଼ଝିଅ ଘର ଚଢ଼େୟାପଲିକୁ ଯାଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ କୁନ୍ତଳା ନିଜ ଝିଅ ଘରକୁ ଏକ ଅଟୋରେ ବାହାରିଥିଲେ। ସନ୍ଧ୍ୟା ଯାଇ ରାତି ୧୦ଟା ହେଲା। ହେଲେ ଘରେ କହଞ୍ଚିଲେ ନାହିଁ କୁନ୍ତଳା ଓ ତାଙ୍କ ନାତୁଣୀ। ଯାହାକୁ ନେଇ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ଚାରିଆଡେ ଖୋଜାଖୋଜି କରିଥିଲେ। ମାତ୍ର କୁନ୍ତଳା ଓ ତାଙ୍କ ନାତୁଣୀଙ୍କ ସମ୍ପର୍କରେ କୌଣସି ସୂଚନା ପାଇନଥିଲେ।

ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଛତ୍ରପୁର ମେଡ଼ିକାଲ୍‌ରୁ କୁନ୍ତଳାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍‌ କଲ ଆସିଥିଲା। କୁନ୍ତଳା ଓ ସ୍ୱିଟି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ଚେତା ଫେରୁନି ବୋଲି ସୂଚନା ଦିଆଯାଇଥିଲା। ଏ ସମ୍ପର୍କରେ ଖବର ପାଇବା ପରେ ମେଡ଼ିକାଲରେ ପହଞ୍ଚିଥିଲେ ପରିବାର ଲୋକେ। ସଙ୍ଗେ ସଙ୍ଗେ ଉଭୟଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତିତ କରାଯାଇଥିଲା। ଏବେ ମଧ୍ୟ ସେମାନଙ୍କ ଚେତା ଫେରିନି।

Advertisment

ଅଭିଯୋଗ ହେଉଛି କୁନ୍ତଳା ଓ ତାଙ୍କ ନାତୁଣୀ ଅଟୋରେ ଘରକୁ ଫେରୁଥିଲେ। ତେବେ ଅଧା ରାସ୍ତାରେ ଦୁର୍ବୃତ୍ତମାନେ କୁନ୍ତଳା ଓ ତାଙ୍କ ନାତୁଣୀକୁ ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ। ସଜ୍ଞା ହରାଇବା ପରେ କୁନ୍ତଳାଙ୍କ ବେକରେ ଥିବା ୨ ଭରି ଓଜର ସୁନା ଚେନ ଓ ହାତରେ ପିନ୍ଧିଥିବା ୨୦୦ ଗ୍ରାମ ଓଜନର ରୁପା ଖଡୁକୁ ଲୁଟି ନେଇଥିଲେ ଦୁର୍ବୃତ୍ତ। ପରେ ଉଭୟଙ୍କୁ ରମ୍ଭା ଥାନା କାଇଁଚପୁର ନିକଟରେ ଫିଙ୍ଗି ଦେଇ ଅଟୋ ସହ ଚାଳକକୁ ନେଇଯାଇଥିଲେ।

ରାତି ପ୍ରାୟ ୯ଟା ବେଳେ କୁନ୍ତଳା ଓ ତାଙ୍କ ନାତୁଣୀ ଅଚେତ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଦେଖି ସ୍ଥାନୀୟ ସରପଞ୍ଚ ପୁଲିସ୍‌କୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ କିଏ ଓ କ’ଣ ପାଇଁ ଉଭୟଙ୍କୁ ନିଶା ଦେଇ ଲୁଟ୍‌ କଲେ, ତାହା ଜଣାପଡ଼ୁ ନାହିଁ। ଅନ୍ୟପକ୍ଷରେ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଉଭୟଙ୍କ ଚେତା ଫେରୁନି। ସେପାଖରେ ଅଟୋ ଚାଳକଙ୍କ ସମ୍ପର୍କରେ କୌଣସି ଖବର ମିଳୁନି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe