Advertisment

ଦିବା ଲୋକରେ ଘରେ ପଶି ବୁଢ଼ୀ ମାଉସୀଠାରୁ ଲୁଟିନେଲେ ସବୁ ଅଳଙ୍କାର

କେ.ନୂଆଁଗାଁ ଥାନା ଜକର ଗାଁର ୬୨ ବର୍ଷୀୟା ଏମ. କୁମାରୀ ସୁବୁଦ୍ଧିଙ୍କ ପୁଅ ଓ ବୋହୂ କୌଣସି କାମରେ ବାହାରକୁ ଯାଇଥିଲେ। ଘରେ ଏମ. କୁମାରୀ ସୁବୁଦ୍ଧି ଏକାକୀ ଥିଲେ। ମଧ୍ୟାହ୍ନରେ ଖାଇପିଇ ଘରେ ଶୋଇଥିଲେ। ତେବେ ଅପରାହ୍ନରେ ୨ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ।

Loot

Loot

Advertisment

ଲୁଟେରାଙ୍କ ବହପ ମାନିବାକୁ ପଡ଼ିବ। ମନରେ ଜମାରୁ ଭୟ ନାହିଁ। ଗାଁ ଭିତରେ ସ୍ପଷ୍ଟ ଦିବା ଲୋକରେ ଘରେ ପଶି ବୁଢୀ ମାଉସୀଙ୍କ ଠାରୁ ସବୁ ଅଳଙ୍କାର ଲୁଟି ନେଲେ ଦୁଇ ଦୁର୍ବୃତ୍ତ। ଦୁଇ ଲୁଟେରାଙ୍କ ଭିତରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ଏପରି ଭୟଙ୍କର ଲୁଟ୍‌ ଗଞ୍ଜାମ ଜିଲ୍ଲାରେ ଘଟିଛି।

Advertisment

କେ.ନୂଆଁଗାଁ ଥାନା ଜକର ଗାଁର ୬୨ ବର୍ଷୀୟା ଏମ. କୁମାରୀ ସୁବୁଦ୍ଧିଙ୍କ ପୁଅ ଓ ବୋହୂ କୌଣସି କାମରେ ବାହାରକୁ ଯାଇଥିଲେ। ଘରେ ଏମ. କୁମାରୀ ସୁବୁଦ୍ଧି ଏକାକୀ ଥିଲେ। ମଧ୍ୟାହ୍ନରେ ଖାଇପିଇ ଘରେ ଶୋଇଥିଲେ। ତେବେ ଅପରାହ୍ନରେ ୨ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ଆଉ ଏମ. କୁମାରୀ ସୁବୁଦ୍ଧି ବେକ, କାନ ଓ ନାକରେ ପିନ୍ଧିଥିବା ଅଳଙ୍କାର ଲୁଟି ନେଉଥିଲେ। ହେଲେ ବିରୋଧ କରିବାରୁ ଦୁଇ ଲୁଟେରା ତାଙ୍କୁ ମାଡ଼ ମାରିଥିଲେ। ଠେଲାପେଲା ଭିତରେ ଦୁର୍ବୃତ୍ତମାନେ ସବୁ ଅଳଙ୍କାର ଲୁଟି ନେଇ ଗାଁ ବାହାରକୁ ପଳାଇ ଯାଇଥିଲେ।

ଏମ. କୁମାରୀ ସୁବୁଦ୍ଧିଙ୍କ ଚିତ୍କାର ଶୁଣି ଗାଁ ଲୋକେ ତାଙ୍କ ପାଖକୁ ଧାଇଁ ଆସିଥିଲେ। ତାଙ୍କଠାରୁ ସବୁ କଥା ଶୁଣିବା ପରେ ଗାଁ ଲୋକେ ପିଛା କରି ଦୁଇ ଲୁଟେରାଙ୍କୁ କାବୁ କରିଥିଲେ। ଗାଁ ଲୋକେ ଏନେଇ କେ.ନୂଆଗାଁ ଥାନାକୁ ଖବର ଦେଇଛନ୍ତି। ସେପରେ ଦୁଇ ଲୁଟେରାଙ୍କଠାରୁ ଅଳଙ୍କାର ମିଳିନାହିଁ। ଅଭିଯୋଗ ହେଉଛି, ଦୁଇ ଅଭିଯୁକ୍ତ ଅଳଙ୍କାର ଲୁଟ୍‌ କରି କେଉଁଠି ଲୁଚାଇ ଦେଇଛନ୍ତି। ତେବେ ତଦନ୍ତ ପରେ ସବୁ କିଛି ଜଣାପଡ଼ିବ।

Advertisment

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

Loot Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe