Advertisment

ଘରେ ପଶି ଖଣ୍ଡାରେ ହାଣିଲେ; ଟଙ୍କା ଓ ସୁନା ଗହଣା ନେଇ ଚମ୍ପଟ ମାରିଲେ

ଗତ ରାତିରେ ହସିଣା ଗ୍ରାମର ଦେବି ପ୍ରସାଦ ମିଶ୍ର ଓ ତାଙ୍କ ବୋହୂ ଘରେ ଥିଲେ।

Murder

Murder

Advertisment

ପରିବାର ଲୋକଙ୍କୁ ଖଣ୍ଡାରେ ଆକ୍ରମଣ କରି ଘରୁ ନେଇଗଲେ ଟଙ୍କା ଓ ସୁନା ଗହଣା। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗ୍ରାମରେ। ଏନେଇ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ।

Advertisment

ଗତ ରାତିରେ ହସିଣା ଗ୍ରାମର ଦେବି ପ୍ରସାଦ ମିଶ୍ର ଓ ତାଙ୍କ ବୋହୂ ଘରେ ଥିଲେ। ଏହି ସମୟରେ ୨ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ଆସି ଦେବି ପ୍ରସାଦଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଓ ଘରେ ଥିବା ଟଙ୍କା ସୁନା ଦେବାକୁ ଧମକ ଦେଇଥିଲେ।

ପରେ ଦେବି ପ୍ରସାଦଙ୍କୁ ଦୁର୍ବୃତ୍ତମାନେ ଘର ଭିତରେ ପୂରାଇ ଦେଇ ତାଙ୍କ ବୋହୂ ପିନ୍ଧିଥିବା ସମସ୍ତ ସୁନାଗହଣା ଓ ଘରେ ଥିବା ଟଙ୍କା ଓ ସୁନାଗହଣା ଲୁଟିନେଇ ଥିଲେ। ପରେ ଦୁର୍ବୃତ୍ତମାନେ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ନେଇ ଫେରାର ହୋଇ ଯାଇଥିଲେ। ଏନେଇ ଦେବି କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Loot Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe