Advertisment

କ୍ୱାର୍ଟର୍ସରେ ପଶିଲେ; ମାଡ଼ମାରି ହାତଗୋଡ଼ ବାନ୍ଧି ଲୁଟିନେଲେ ଟଙ୍କା,ସୁନା

ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍‌ ହୋଇଛି।

author-image
Tapaswini Nayak
Loot

Loot

ମାଡ଼ମାରି ହାତଗୋଡ଼ ବାନ୍ଧି ଘରୋଇ ସ୍କୁଲ କର୍ମଚାରୀଙ୍କ କ୍ୱାର୍ଟର୍ସରୁ ଲୁଟି ନେଲେ ଟଙ୍କା ଓ ସୁନା। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ବାଗଡିହି ସ୍ଥିତ ଘରୋଇ ସ୍କୁଲ ପରିସରରେ ଥିବା କର୍ମଚାରୀଙ୍କ କ୍ୱାର୍ଟର୍ସରୁ। ଏନେଇ ଥାନାରେ କର୍ମଚାରୀମାନେ ଅଭଯୋଗ କରିଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୦ରୁ ୧୨ ଜଣ ଡକାୟତ ପ୍ରଥମେ ସ୍କୁଲ ପରିସରରେ ଥିବା ଜଣେ କର୍ମଚାରୀଙ୍କ କ୍ୱାର୍ଟର୍ସ ଭିତରକୁ ପଶିଥିଲେ। ପରିବାର ଲୋକଙ୍କୁ ମାଡ଼ ମାରିବା ସହ ସେମାନଙ୍କ ହାତଗୋଡ଼ ବାନ୍ଧି ଦେଥିଲେ। ପରେ ଜଣେ ମହିଳା କର୍ମଚାରୀଙ୍କୁ ନେଇ ଡକାୟତମାନେ ବିଭିନ୍ନ କର୍ମଚାରୀଙ୍କ କ୍ୱାର୍ଟର୍ସ ଯାଇଥିଲେ। ମହିଳାଙ୍କୁ କବାଟ ବାଡ଼େଇ ଡାକିବା ପାଇଁ କହିଥିଲେ। ପରେ ଡକାୟତମାନେ ଘରେ ପଶି ପରିବାର ଲୋକଙ୍କ ହାତଗୋଡ଼ ବାନ୍ଧି ଲୁଟପାତ କରିଥିଲେ।

ଏପରି କିଛି କର୍ମଚାରୀଙ୍କ ଘରେ ପଶି ନଗଦ ଟଙ୍କା, ମୋବାଇଲ୍ , ଲାପଟପ୍, ଟଙ୍କା, ସୁନା ଗହଣା ଓ ବିଭିନ୍ନ ସାମଗ୍ରୀ ଚୋରି କରି ନେଇ ଚମ୍ପଟ ମାରିଥିଲେ ଡକାୟତ। ଏନେଇ ସ୍କୁଲ କର୍ମଚାରୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment